ଅନୁଗୁଳ: ନିକଟରେ ବୈଜ୍ଞାନିକ ଏସ ସୋମନାଥଙ୍କ ନେତୃତ୍ୱରେ ଇସ୍ରୋର ସମସ୍ତ ବୈଜ୍ଞାନିକ ଓ କର୍ମଚାରୀ ଙ୍କ ଉଦ୍ୟମ ହେତୁ ଚନ୍ଦ୍ରଯାନ-୩ ସଫଳତାର ସହ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରି ଅନେକ ଫଟୋ ଓ ତଥ୍ୟ ପ୍ରଦାନ କରିଛି।ବିଶ୍ଵ ମହାକାଶ ବିଜ୍ଞାନ ଇତିହାସରେ ଏହି ଅନନ୍ୟ ସଫଳତା ପାଇଁ ଆଦର୍ଶ ଇଣ୍ଟରନେସନାଲ ସ୍କୁଲ ଅନୁଗୁଳର ଅନେକ ଛାତ୍ରଛାତ୍ରୀ ଇସ୍ରୋକୁ ଲିଖିତ ଅଭିନନ୍ଦନ ପଠାଇଛନ୍ତି।
ଏହି ଅଭିନନ୍ଦନ ବାର୍ତା ପଠାଇବାରେ ଅନୁଗୁଳ ଡାକ ବିଭାଗର ବିଶେଷ ସହଯୋଗ ଦେଇଥିବାରୁ ସ୍କୁଲର ଛାତ୍ର ଛାତ୍ରୀ ଓ ଅଧ୍ୟକ୍ଷ ଅନୁଗୁଳ ଡାକ ବିଭାଗ କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି ।











