ଅନୁଗୁଳରେ ନିରାଡ଼ମ୍ବର ଦୀପାବଳି

0

ଅନୁଗୁଳ: ମହାମାରୀ କରୋନାର ଭୟାବହତା ଓ ରାଜ୍ୟ ସରକାରଙ୍କ କରୋନା କଟକଣା ଯୋଗୁ ଚଳିତବର୍ଷ ଜିଲ୍ଲାବାସୀ ନିରାଡମ୍ବର ଭାବରେ ଦୀପାବଳି ପାଳନ କରିଛନ୍ତି । କରୋନା ଯୋଗୁ ପୂର୍ବରୁ ବିଭିନ୍ନ ପର୍ବପର୍ବାଣୀ ପ୍ରଭାବିତ ହୋଇଥିବା ବେଳେ ଏବେ ଏହାର ପ୍ରଭାବ ଦେଖିବାକୁ ମିଳି ଥିଲା ଦୀପାବଳିରେ। ଜିଲ୍ଲାର ବିଭିନ୍ନ ସ୍ଥାନରେ ଲୋକେ ସରକାରଙ୍କ କଟକଣା ଓ ପୁଲିସ ପ୍ରଶାସନ ଭୟରେ କେବଳ ଦୀପ ଜାଳି ପରମ୍ପରା ପାଳନ କରିଛନ୍ତି। କାଁ ଭାଁ କେତେକ ସ୍ଥାନରେ ଝରଝରି ବାଣ ଫୁଟାଇ ଛୋଟ ପିଲାମାନେ ଖୁସି ମନାଇଥିଲେ। ମନରେ ଦୁଃଖ ଥିଲେ ବି କରୋନା ସଂକ୍ରମଣ ଭୟ ଓ ସରକାରଙ୍କ କଟକଣାକୁ ମାନିଛନ୍ତି ଜିଲ୍ଲାବାସୀ। ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ ଜୋରଦାର କରାଯାଇ ବାଣଫୁଟା ଉପରେ ନଜର ରଖାଯାଇଥିଲା।

Leave A Reply

Your email address will not be published.

error: Content is protected !!