ଡେରଙ୍ଗରେ ୭୬ତମ ରାଧାକୃଷ୍ଣ ଚନ୍ଦନ ଯାତ୍ରା: ବରିଷ୍ଠ ନାଗରିକ ଓ ଅବସରପ୍ରାପ୍ତ କର୍ମଚାରୀ ସମ୍ବର୍ଦ୍ଧିତ

You are currently viewing ଡେରଙ୍ଗରେ ୭୬ତମ ରାଧାକୃଷ୍ଣ ଚନ୍ଦନ ଯାତ୍ରା: ବରିଷ୍ଠ ନାଗରିକ ଓ ଅବସରପ୍ରାପ୍ତ କର୍ମଚାରୀ ସମ୍ବର୍ଦ୍ଧିତ

​ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ଡେରଙ୍ଗ ଗ୍ରାମରେ ୭୬ତମ ବାର୍ଷିକ ରାଧାକୃଷ୍ଣ ଚନ୍ଦନ ଯାତ୍ରା ମହୋତ୍ସବ ଅବସରରେ ଏକ ଭବ୍ୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି। ଗତ ରବିବାର ଚନ୍ଦନ ଯାତ୍ରା ପଡ଼ିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗ୍ରାମର ବହୁ ବରିଷ୍ଠ ନାଗରିକ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଓ ସେବାମୂଳକ କାର୍ଯ୍ୟରେ ଜଡ଼ିତ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଛି।

​୧୯୫୦ ମସିହାରୁ ପାରମ୍ପରିକ ଭାବେ ପାଳିତ ହୋଇଆସୁଥିବା ଏହି ଯାତ୍ରା ଚଳିତ ବର୍ଷ ୭୬ ବର୍ଷରେ ପଦାର୍ପଣ କରିଛି। ଯାତ୍ରାର ପ୍ରତିଷ୍ଠାତା ସ୍ୱର୍ଗତ ଚକ୍ରଧର ସାହୁ, ବୃନ୍ଦାବନ ସାହୁ, ଭୀମସେନ ସାହୁ, ଉଛବ ବେହେରା, ନୀଳମଣି ସାହୁ ଓ ଭାଗୀରଥି ସାହୁଙ୍କ ସ୍ମୃତି ଚାରଣ କରାଯିବା ସହ ବର୍ତ୍ତମାନର ବରିଷ୍ଠ ପରିଚାଳକଙ୍କୁ ସମ୍ମାନ ଜଣାଯାଇଥିଲା। ବିଭିନ୍ନ ବୃତ୍ତିରେ ଥିବା ଡାକ୍ତର, ଇଞ୍ଜିନିୟର, ଆଇନ ପରାମର୍ଶଦାତା, ସାମ୍ବାଦିକ, ପୁଲିସ ଓ ସେନାବାହିନୀର ପ୍ରତିନିଧିମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା। ବିଶେଷ କରି ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କଣିହାଁ ଆଇଆଇସି ରମଣୀ ରଞ୍ଜନ ଦଳେଇ ଓ ଏସଆଇ ଜ୍ଞାନରଞ୍ଜନ ବେହେରାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

​ଗ୍ରାମ ସଭାପତି ପ୍ରସନ୍ନ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସମ୍ପାଦକ ସୁଜିତ ସାହୁ ଓ କୋଷାଧ୍ୟକ୍ଷ ଦୀପକ ବେହେରା ସହଯୋଗ କରିଥିଲେ। ଚାରି ଦିନ ଧରି ଚାଲିଥିବା ଏହି ଉତ୍ସବରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଯୁବକ ସଂଘ ଓ ଯାତ୍ରା କମିଟିର ସକ୍ରିୟ ସହଯୋଗ ଯୋଗୁଁ କାର୍ଯ୍ୟକ୍ରମଟି ସଫଳ ହୋଇଛି।

Share

Leave a Reply