ଓପନ୍ ଷ୍ଟେଟ୍ ତାଇକୋଣ୍ଡୋ ଚାମ୍ପିୟନସିପ୍: ୬୭ ପଦକ ସହ ଅନୁଗୁଳ ଜିଲ୍ଲାର ବୃହତ ସଫଳତା

You are currently viewing ଓପନ୍ ଷ୍ଟେଟ୍ ତାଇକୋଣ୍ଡୋ ଚାମ୍ପିୟନସିପ୍: ୬୭ ପଦକ ସହ ଅନୁଗୁଳ ଜିଲ୍ଲାର ବୃହତ ସଫଳତା

​ଅନୁଗୁଳ: କଟକର ଜେଏନ୍ ଇନଡୋର ଷ୍ଟାଡିୟମ୍‌ଠାରେ ଅନୁଷ୍ଠିତ ତିନିଦିନିଆ ‘ଓପନ୍ ଷ୍ଟେଟ୍ ତାଇକୋଣ୍ଡୋ ଚାମ୍ପିୟନସିପ୍ ୨୦୨୬’ରେ ଅନୁଗୁଳ ଜିଲ୍ଲାର ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଏହି ପ୍ରତିଯୋଗିତାରେ ଜିଲ୍ଲାରୁ ମୋଟ ୪୬ ଜଣ ଖେଳାଳି ଅଂଶଗ୍ରହଣ କରିଥିବା ବେଳେ ସେମାନେ ନିଜର ଶୃଙ୍ଖଳିତ କ୍ରୀଡ଼ା କୌଶଳ ପ୍ରଦର୍ଶନ କରି ମୋଟ ୬୭ଟି ପଦକ ହାସଲ କରିଛନ୍ତି। ଏଥିମଧ୍ୟରେ ୨୭ଟି ସ୍ୱର୍ଣ୍ଣ, ୧୪ଟି ରୌପ୍ୟ ଏବଂ ୨୬ଟି କାଂସ୍ୟ ପଦକ ଅନ୍ତର୍ଭୁକ୍ତ।

​ଏହି ସଫଳତା ପଛରେ କୋଚ୍ ହେମବାହାଦୁର, ଶକ୍ତିପ୍ରସାଦ, ସଲେନ୍ଦ୍ର, ଶ୍ରୀୟା ସିମନ୍ ଏବଂ ମ୍ୟାନେଜର ଶ୍ରାବଣୀ ବେହେରା ଓ ଖଗେଶ୍ୱରଙ୍କ ଅକ୍ଳାନ୍ତ ପରିଶ୍ରମ ରହିଛି। ଖେଳାଳିଙ୍କ ଏଭଳି କୃତିତ୍ୱ ପାଇଁ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ADTDA ସଭାପତି ମନୋଜ କୁମାର ପ୍ରଧାନ, ଉପ-ସଭାପତି ପ୍ରତାପ ମଝି, ସମ୍ପାଦକ ପ୍ରଦୀପ ପ୍ରଧାନ, ସହ-ସମ୍ପାଦକ ଅଂଶୁମାନ ସୁରେକା ଓ ଅମରଜିତ୍ ଗଡନାୟକ, କୋଷାଧ୍ୟକ୍ଷ ତପନ କୁମାର ଦାସ ଏବଂ ସ୍ପୋର୍ଟସ ଅଫିସର ଅକ୍ଷୟ ସେଠ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି। ଏହି ମଞ୍ଚ ଜିଲ୍ଲାର ଯୁବ ପ୍ରତିଭାଙ୍କୁ ଆଗକୁ ବଢ଼ିବା ପାଇଁ ଏକ ସୁଦୃଢ଼ ମାଧ୍ୟମ ସାଜିଛି।

Share

Leave a Reply