ପୋଲରେ ପିଟି ହେଲା ବାଇକ୍, ଜଣେ ମୃତ ଓ ଜଣେ ଗୁରୁତର

You are currently viewing ପୋଲରେ ପିଟି ହେଲା ବାଇକ୍, ଜଣେ ମୃତ ଓ ଜଣେ ଗୁରୁତର

ଅନୁଗୁଳ: ଅନୁଗୁଳ ସହର ନିକଟସ୍ଥ ରାଣୀଗୁଡ଼ା ଶିବ ମନ୍ଦିର ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମଦ୍ୟପାନ କରି ବାଇକ୍ ଚଳାଉଥିବା ସମୟରେ ଭାରସାମ୍ୟ ହରାଇ ଗାଡ଼ିଟି ଏକ ପୋଲରେ ବାଡ଼େଇ ହୋଇଯାଇଥିଲା। ଏହି ଦୁର୍ଘଟଣାରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ ହେବାରୁ ଆମ ଜିଲ୍ଲା ପ୍ରତିନିଧି ମାନବିକତା ଦେଖାଇ ଗୁରୁତର ବ୍ୟକ୍ତିଙ୍କୁ ନିଜ ବାଇକ୍ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ମୃତ ଓ ଆହତ ବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ। ତେବେ ସେମାନେ ସ୍ଥାନୀୟ ଅଞ୍ଚଳର ବୋଲି ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ଜଣାପଡ଼ିଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ସହରରେ ଶୋକର ଛାୟା ଖେଳିଯାଇଛି।

Share

Leave a Reply