ମା’ ରୁଦ୍ରକାଳୀ କ୍ଲବର କ୍ରିକେଟ୍‌ ମ୍ୟାଚ୍‌: ଆମ୍ବେଦକର ସାହିକୁ ହରାଇ ସାନକେରଜେଙ୍ଗ ଚାମ୍ପିୟନ୍‌

You are currently viewing ମା’ ରୁଦ୍ରକାଳୀ କ୍ଲବର କ୍ରିକେଟ୍‌ ମ୍ୟାଚ୍‌: ଆମ୍ବେଦକର ସାହିକୁ ହରାଇ ସାନକେରଜେଙ୍ଗ ଚାମ୍ପିୟନ୍‌

ଅନୁଗୁଳ: ସ୍ଥାନୀୟ ଟିକରପଡ଼ା ମା’ ରୁଦ୍ରକାଳୀ କ୍ଲବ ତରଫରୁ ଏକ କ୍ରିକେଟ୍‌ ମ୍ୟାଚ୍‌ ଆୟୋଜିତ ହୋଇଛି। ଫାଇନାଲ ମ୍ୟାଚ୍‌ରେ ହୁଲରିସିଂହା ଆମ୍ବେଦକର ସାହି ଓ ସାନକେରଜେଙ୍ଗ ମୁହାଁମୁହିଁ ହୋଇଥିଲେ। ସାନକେରଜେଙ୍ଗ ୮ ଓଭରରେ ୧୦୧ ରନ୍‌ କରି ଟ୍ରଫି ହାତେଇଛି।

କାର୍ଯ୍ୟକ୍ରମରେ ଅତିଥି ଭାବେ ଅନୁଗୁଳ ଓକିଲ ସଂଘର ପୂର୍ବତନ ସଭାପତି ଦିଲ୍ଲୀପ କୁମାର ଦାସ, ଆଠମଲ୍ଲିକ ଓକିଲ ସଂଘର ପୂର୍ବତନ ସଭାପତି ଭବାନୀ ଜୋତିଶ ରାୟ, ଯୁବଶକ୍ତି ସଂଗଠନର ସଭାପତି ବ୍ରହ୍ମଜ୍ୟୋତି ମିଶ୍ର, ସ୍ବେଚ୍ଛାସେବୀ ସୁନୀଲ ମହାଖୁଡ଼, ନିରଞ୍ଜନ ସାହୁ, ଦିବ୍ୟଜ୍ୟୋତି ମିଶ୍ର, ଟିକରପଡ଼ ସରପଞ୍ଚ ସୌମ୍ୟ ରଞ୍ଜନ ସାହୁ ଯୋଗ ଦେଇ ପୁରସ୍କାର ବିତରଣ କରିବା ସହ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।

Share

Leave a Reply