ଅନୁଗୁଳ: ଚଳିତ ମାସ ୨୭ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ପ୍ରଥମ ଓପନ୍ ତାଇକୋଣ୍ଡୋ ପ୍ରତିଯୋଗୀତା କଲିକତାର ହାୱଡା ଲିଛୁ ବଗନ୍ ଇଣ୍ଡୋର ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ପ୍ରତଯୋଗିତାରେ ଅନୁଗୁଳ ଜିଲ୍ଲାରୁ ୩ ଜଣ ବାଳିକା ଓ ୧୩ ଜଣ ବାଳକ ଅଂଶ ଗ୍ରହଣ କରି ୧୬ ଟି ପଦକ ହାସଲ କରି ଜିଲ୍ଳାର ଗୌରବ ବୃଦ୍ଧି କରିଛନ୍ତି। ଉକ୍ତ ଖେଲାଳି ମାନଙ୍କୁ ଅନୁଗୁଳ ତାଇକୋଣ୍ଡୋ ସଂଘର ପ୍ରତିଷ୍ଠାତା ଓ ସମ୍ପାଦକ ଦୁଷ୍ୟନ୍ତ କୁମାର ନାଥଙ୍କ ତତ୍ବାଵଧାନରେ ଆଜି ବାସନ୍ତୀ ତାଇକୋଣ୍ଡୋ ସଂଘ କାର୍ଯ୍ୟାଳୟରେ ପଦକ ବିତରଣ କରାଯାଇଥିଲା।
ଉକ୍ତ ପଦକ ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଳା ଶିଶୁ ମଙ୍ଗଳ କମିଟି ସଦସ୍ୟ କଲ୍ୟାଣ କିଶୋର ମହାନ୍ତି,ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ମାନସ ରଞ୍ଜନ ମିଶ୍ର ଛାତ୍ରଛାତ୍ରୀ ମାନଙ୍କୁ ପଦକ ବିତରଣ କରିବା ସହ ଆଗକୁ କିଭଳି ଭାବରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ନିଜକୁ ପ୍ରସ୍ତୁତ କରିବେ ସେଥିନେଇ ଦିଗ୍ଦର୍ଶନ ଦେଇଥିଲେ ।















