ଶଙ୍କର ସିନେମା ରୋଡସ୍ଥିତ ଦ ମ୍ୟାନ୍ ଷ୍ଟୋରରେ ଅଗ୍ନିକାଣ୍ଡ, ଜଳିଗଲା ୪ ରୁ ୫ ଲକ୍ଷ ଟଙ୍କାର ଜିନିଷ

You are currently viewing ଶଙ୍କର ସିନେମା ରୋଡସ୍ଥିତ ଦ ମ୍ୟାନ୍ ଷ୍ଟୋରରେ ଅଗ୍ନିକାଣ୍ଡ, ଜଳିଗଲା ୪ ରୁ ୫ ଲକ୍ଷ ଟଙ୍କାର ଜିନିଷ

ଅନୁଗୁଳ ସହର ଶଙ୍କର ସିନେମା ରୋଡରେ ଥିବା ଦ ମ୍ୟାନ୍ ଷ୍ଟୋର ଡ୍ରେସ୍ ଦୋକାନରେ ଅଗ୍ନିକାଣ୍ଡ ହୋଇ ପାଖାପାଖି ୪ ରୁ ୫ ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଛି। ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଥିବା କୁହାଯାଉଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଥିବା ଜଣାଯାଇଛି। ଦୋକାନ ଭିତରେ ନିଆଁ ଲାଗିବା ଯୋଗୁ ଚାରିଆଡେ ଧୂଆଁ ମୟ ହୋଇଯାଇଛି।

ଦୋକାନ ମାଲିକ ପବନ ମାଣ୍ଡୋଠିଆଙ୍କ ସୂଚନା ମୁତାବକ, ତାଙ୍କ ଷ୍ଟୋରରେ ସଟ୍ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡ ଯୋଗୁ ୪ ରୁ ୫ ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଉଛି। ଖବର ପାଇ ଅନୁଗୁଳ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ସ୍ମଗ୍ ଇଜେକଟର ଦ୍ଵାରା ଧୂଆଁକୁ ବାହାରକୁ ମଧ୍ୟ ବାହାର କରିଥିଲା। କିଛି ସମୟ ପରେ ନିଆଁ ଆୟତ୍ତ ହୋଇଥିବା ଜଣାଯାଇଛି।

Share

Leave a Reply