solar

ମାତିଲେ ସାଇବର ଲୁଟେରା

ହାବିଲଦାର ହରାଇଲେ ୨ ଲକ୍ଷ

0

ଅନୁଗୁଳ : ଅଥୟ କଲେଣି ସାଇବର ଲୁଟେରା । ସାଇବର ଠକକୁ କୌଣସି ଚେକମେଟ୍ ନଥିବାରୁ ଶିଳ୍ପନଗରୀରେ କାୟା ମେଲାଇ ଚାଲିଛି ସାଇବର ଅପରାଧ। ଏନ୍‌ଟିପିସି ଥାନା ଇଲାକା ଏନ୍‌ଟିପିସି କଣିହାଁ
ସିଆଇଏସ୍‌ଏଫ୍ ୟୁନିଟ୍‌ର ଜଣେ ହାବିଲଦାର ଏକ ବଡ଼ ସାଇବର ଠକେଇର ଶିକାର ହୋଇଛନ୍ତି । ଫୋନ୍ ପେ’ ଜରିଆରେ ପତ୍ନୀଙ୍କ ପାଖକୁ ଟଙ୍କା ପଠାଉଥିବା ବେଳେ ସେ ଠକ ହାବୁଡ଼ରେ ପଡ଼ିଥିଲେ । ସାଇବର ଅପରାଧୀ ତାଙ୍କ ଆକାଉଣ୍ଟରୁ ୨ ଲକ୍ଷ ୪ ହଜାର ୯୯୦ ଟଙ୍କା ଲୁଟି ନେଇଛି।
ଏନେଇ ଏନ୍‌ଟିପିସି ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ୍ ମାମଲା ରୁଜୁ କରି ଛାନ୍‌ଭିନ୍ ଚଳାଇଛି । ପୁଲିସ ସୂଚନା ମୁତାବକ, ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତି ବିକ୍ରମପୁର ସିଆଇଏସ୍‌ଏଫ୍ ହାବିଲଦାର ସଞ୍ଜୟ ନାରଜିନାରି । ସେ ଏନ୍‌ଟିପିସି ସିଆଇଏସ୍‌ଏଫ୍ କଲୋନୀରେ ରୁହନ୍ତି । ସେ ଗତ ୨୫ ତାରିଖ ଦିନ ଫୋନ୍ ପେ’ ଜରିଆରେ ପତ୍ନୀଙ୍କ ପାଖକୁ ୭ ହଜାର ଟଙ୍କା ପଠାଇଥିଲେ । ମାତ୍ର ଟ୍ରାନଜାକସନ୍ ସଫଳ ହୋଇନଥିଲା । ୩୦ ତାରିଖ ପର୍ଯ୍ୟନ୍ତ ଟ୍ରାନଜାକସନ୍ ପେଣ୍ଡିଙ୍ଗ ରହିବାରୁ ଫୋନ୍ ପେ’ କଷ୍ଟମର କେୟାରକେୟାର ନମ୍ବର ଅଣ୍ଡାଳୁଥିବା ବେଳେ ଏକ ଠକର ନମ୍ବର ପାଇଥିଲେ । ଉକ୍ତ ନମ୍ବରରେ ଫୋନ୍ କରିବା ପରେ ନିଜକୁ ଫୋନ୍ ପେ’ର କର୍ମଚାରୀ ପରିଚୟ ଦେଇଥିଲା ଦୁବୃତ୍ତ । ଟଙ୍କା ଫେରି ପାଇବାକୁ ହେଲେ ଏକ ଆପ୍ଲିକେସନ୍ ଡାଉନଲୋଡ୍ କରିବାକୁ କହିଥିଲା । ଠକର କଥାରେ ଭାସି ଯାଇ ସଞ୍ଜୟ ଉକ୍ତ ଆପ୍ଲିକେସନ୍ ଡାଉନଲୋଡ୍ କରିଥିଲେ । ପରେ ୭ଟି
ଟ୍ରାନଜାକରେ ୨ ଲକ୍ଷ ୪ ହଜାର ୯୯୦ ଟଙ୍କା କଟି ଯାଇଥିଲା । ଆକାଉଣ୍ଟରୁ ଟଙ୍କା କଟିବା ନେଇ ସଞ୍ଜୟ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ସେ ଠକାମିର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ ।

Leave A Reply

Your email address will not be published.