କାଠ ଡିପୋରେ ଅଗ୍ନିକାଣ୍ଡ: ଜଳିଗଲା ଲକ୍ଷାଧିକ ଟଙ୍କାର କାଠ, ଜାଣିଶୁଣି ନିଆଁ ଲଗାଇ ଦେଇଥିବା ଅଭିଯୋଗ

You are currently viewing କାଠ ଡିପୋରେ ଅଗ୍ନିକାଣ୍ଡ: ଜଳିଗଲା ଲକ୍ଷାଧିକ ଟଙ୍କାର କାଠ, ଜାଣିଶୁଣି ନିଆଁ ଲଗାଇ ଦେଇଥିବା ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଜାମୁନାଳୀ ଠାରେ ଥିବା ବନ ନିଗମର କାଠ ଡିପୋରେ ଶୁକ୍ରବାର ନିଆଁ ଲାଗି ଲକ୍ଷାଧିକ ଟଙ୍କାର କାଠ ଜଳିଯାଇଛି।

ଜଙ୍ଗଲରୁ ନିଆଁ ଆସି କାଠ ଡିପୋରେ ଅଗ୍ନିକାଣ୍ଡ ଘଟିଥିବା ଉକ୍ତ ନିଗମର କର୍ମଚାରୀ କହୁଛନ୍ତି। କିନ୍ତୁ ଡିପୋରେ କେହି ନିଆଁ ଲଗାଇଦେଇଥିବା ଜାମୁନାଳୀ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅଗ୍ନିକାଣ୍ଡରେ ଡିପୋରେ ଥିବା ଲକ୍ଷାଧିକ ଟଙ୍କାର ଜାଳେଣି କାଠ ଜଳି ଯାଇଛି। ହଠାତ୍ ଅଗ୍ନିକାଣ୍ଡ ଘଟିବାରୁ ନିଆଁକୁ ଆୟତ୍ତ କରିବାରେ ସମ୍ଭବ ହୋଇ ପାରି ନଥିଲା। ଖବର ପାଇ ବାମୁର ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ନିଆଁ ଲିଭାଇଥିଲେ। ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଶାଗୁଆନ ଓ ଶାଳ ଗଣ୍ଡି ଜଳିଯାଇଛି। ହଣ୍ଡପା ବନ ବିଭାଗର ଏକ ଟିମ୍ ଘଟଣାସ୍ଥଳକୁ ଆସି ତଦାରଖ କରୁଛନ୍ତି।

ଏହି ଅଗ୍ନିକାଣ୍ଡକୁ ନେଇ ପାର୍ବତୀପୁର ଗ୍ରାମବାସୀ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେମାନେ କହିଛନ୍ତି, ଡିପୋର  କିଛି କର୍ମଚାରୀ ମୂଲ୍ୟବାନ କାଠକୁ ମୋଟା ଅଙ୍କ ନେଇ ଚାଲାଣ କରୁଛନ୍ତି। କାଳେ ଚୋରା ଚାଲାଣ ସମ୍ପର୍କରେ ପ୍ରଘଟ ହେବ କିମ୍ବା କର୍ମଚାରୀ ଧରା ପଡ଼ିଯିବେ ସେ ଆଶଙ୍କାରେ ନିଆଁ ଲଗାଇଦେଇଛନ୍ତି। ଏ ନେଇ ଉକ୍ତ ସଂସ୍ଥାର ଏସଡିଏମଏସ ମୁଦୁଲିଙ୍କୁ ପଚାରିବାରୁ କୌଣସି ତଥ୍ୟ ନ ଦେଇ ଘଟଣାକୁ ଏଡାଇ ଦେଇଥିଲେ।

Share

Leave a Reply