ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ: ଜଳିଗଲା ୧୨ ବଖରା ଚାଳ ଘର

You are currently viewing ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ: ଜଳିଗଲା ୧୨ ବଖରା ଚାଳ ଘର

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଉରୁକୁଳା ପଞ୍ଚାୟତ ସେରେଣ୍ଡା ଗ୍ରାମରେ ଆଜି ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ୧୨ ବଖରା ଚାଳ ଘର ଜଳିଯାଇଛି। ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି।

ସୂଚନା ମୁତାବକ, ପ୍ରଥମେ ମାମି ବେହେରାଙ୍କ ଘରୁ ନିଆଁ ବାହାରି ଥିଲା। ଚାହୁଁ ଚାହୁଁ ନିଆଁ ପଡ଼ୋଶୀ ନେଙ୍କୁରୀ ମାଝୀ, ସୁଫଳା ମାଝୀ, ଗୌରୀ ମାଝୀ, ସଂଯୁକ୍ତା ମାଝୀ, ପ୍ରଭାତୀ ମାଝୀ, ଗୋବିନ୍ଦ ବେହେରା, ପ୍ରଭାତୀ ମାଝୀ, ମୁନି ବେହେରାଙ୍କ ୧୨ ବଖରା ଚାଳ ଘର ଜଳି ଯାଇଛି। ଅଗ୍ନିକାଣ୍ଡରେ ଲୁଗାପଟା, ସୁନା ଗହଣା, ଧାନ ଚାଉଳ, ଟଙ୍କା ସବୁ ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନି ବିପନ୍ନଙ୍କୁ ପଞ୍ଚାୟତ ପକ୍ଷରୁ ରିଲିଫ ପ୍ରଦାନ କରାଯାଇଛି। ତେବେ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Share

Leave a Reply