ଅନୁଗୁଳ:ଅନୁଗୁଳ ଶଙ୍କର ସିନେମା ରୋଡ଼ରେ ଥିବା ଶ୍ରୀ ମଙ୍ଗଲମ ଶାଢ଼ୀ ଦୋକାନରେ ଶନିବାର ଅପରାହ୍ନ ପ୍ରାୟ ୫:୪୫ସମୟରେ ହଠାତ ନିଆଁ ଲାଗିଗଲା। ଚାହୁଁଚାହୁଁ ନିଆଁର ପ୍ରକୋପ ଏତେ ବଢିଗଲା ଯେ, କର୍ମଚାରୀ ମାନେ କେବଳ ଜୀବନବଞ୍ଚେଇ ବାହାରକୁ ପଳେଇ ଆସିଲେ। ଏହି ଅଗ୍ନିକାଣ୍ଡରେ ଦୋକାନ ସାମନାରେ ଥିବା ଗୋଟିଏ ବାଇକ୍ ଓ ଗୋଟିଏ ସ୍କୁଟର ପୋଡିଯାଇଥିଲା। ଶାଢ଼ୀ ଦୋକାନ ଉପରମହଲାରେ ଘରମାଲିକ ରହୁଥିଲେ। ନିଆଁର ପ୍ରକୋପରେ ସେମାନଙ୍କ ଶୋଇବା ଘଷର ନିଆଁ ଲାଗିଥିବା ବେଳେ ବାହାରେ ଥିବା ଦୁଇଟି ଏସିପୋଡି ଯାଇଥିଲା। ଘର ମାଲିକ ଓ ତାଙ୍କ ପରିବାର ଭୟରେ ତଳକୁ ଦଉଡି ପଳାଇ ଆସିଥିବାରୁ ଜୀବନ ବଞ୍ଚି ଯାଇଛି। ଲୋକଙ୍କ ଭିଡ଼ ଯୋଗୁଁ ଟ୍ରାଫିକ ଜାମ ହୋଇଯାଇଥିଲା। ଖବର ପାଇ ଦମକଳ ବିଭାଗର ଦୁଇଟି ଗାଡି ଆସି ପହଞ୍ଚିଥିଲା। ଫାୟାର ଅଫିସର ଉମାକାନ୍ତ ନାୟକଙ୍କ ନେତୃତ୍ୱରେ ଟିମ୍ ଅଧଘଣ୍ଟା ଲାଗି ନିଆଁକୁ ନିୟନ୍ତ୍ରଣ କରିଥିଲେ। ପ୍ୟାନେଲ ବୋର୍ଡରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଶାଢ଼ୀ, ଧୋତି ଓ ଅନ୍ୟାନ୍ୟ ସାମଗ୍ରୀ ମିଶି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଅଗ୍ନିକାଣ୍ଡରେ ପୋଡି ଯାଇଥିଲା। ଦୋକାନରେ ଅଗ୍ନି ନିର୍ବାପକ ପାଇଁ ଯଥେଷ୍ଟ ବ୍ୟବସ୍ଥା ନ ଥିବାରୁ କ୍ଷତି ଅଧିକ ହୋଇଥିବା ଅନୁମାନକରାଯାଉଛି।
ସର୍ଟସର୍କିଟ ରୁ ନିଆଁ: ଜଳି ପାଉଁଶ ହୋଇଗଲା ଶାଢ଼ୀ ଦୋକାନ
- Post published:April 8, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul