ଜଳିଲା ଚଳନ୍ତା କୋଇଲା ଟ୍ରକ, ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଟଳିଲା ବଡ଼ ଦୁର୍ଘଟଣା

You are currently viewing ଜଳିଲା ଚଳନ୍ତା କୋଇଲା ଟ୍ରକ, ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଟଳିଲା ବଡ଼ ଦୁର୍ଘଟଣା

ଅନୁଗୁଳ: ଆଜି ସକାଳୁ ସ୍ଥାନୀୟ ପୋଲିସ ଟ୍ରେନିଂ କଲେଜ ଫାଟକ ସମ୍ମୁଖରେ ଏକ କୋଇଲା ବୋଝେଇ ଟ୍ରକରେ ନିଆଁ ଲାଗିଯାଇଛି। ଟ୍ରକ (OD19M 3155)ର ଚକାରୁ ନିଆଁ ଲାଗିଥିବା ଜଣାଯାଇଛି।

ଚାଳକ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ଗାଡ଼ିକୁ ସାଇଡ କରି ତୁରନ୍ତ ପାଖରେ ଥିବା ଦମକଳ କେନ୍ଦ୍ରକୁ ଯାଇ ଖବର ଦେଇଥିଲେ। ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଫଳରେ ଏକ ବଡ଼ ଅଘଟଣରୁ ରକ୍ଷା ମିଳିଯାଇଛି। ସୂଚନା ମୁତାବକ, କୋଇଲା ବୋଝେଇ ଟ୍ରକଟି ହିଙ୍ଗୁଳାରୁ ମଙ୍ଗୁଳି ଯାଉଥିଲା।

Share

Leave a Reply