ଅନୁଗୁଳ: ତାଳଚେର ବଲହର ଛକ ସ୍ଥିତ ସେବକ ନର୍ସିଂହୋମର ପ୍ରତିଷ୍ଠାତା, ବରିଷ୍ଠ ଚିକିତ୍ସକ ଡ଼ା ମାନସ ରଥଙ୍କ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଶୁକ୍ରବାର ପରଲୋକ ଘଟିଛି।ସେ ଗତ ଦୁଇ ମାସ ଧରି ପୀଡିତ ଥିଲେ। ତାଙ୍କ ପରଲୋକରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଜଣେ ମେଳାପୀ, ଦକ୍ଷ ଡାକ୍ତର ଭାବେ ସେ ବେଶ ସୁନାମ ଅର୍ଜନ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୭ ବର୍ଷ ହୋଇଥିଲା। ସେ ତାଳଚେର ବନ୍ତୁଲୁ ଗାଁ’ ର ବାସିନ୍ଦା ଥିଲେ।
ବରିଷ୍ଠ ଡାକ୍ତରଙ୍କ ଅକାଳ ବିୟୋଗ
- Post published:July 16, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
