କିଶୋରନଗର ସ୍ନାତକ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସଚେତନତା ଶିବିର ଆୟୋଜିତ

You are currently viewing କିଶୋରନଗର ସ୍ନାତକ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସଚେତନତା ଶିବିର ଆୟୋଜିତ

ଅନୁଗୋଳ: କିଶୋରନଗର ସ୍ନାତକ ମହାବିଦ୍ୟାଳୟ ପରିସରରେ ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ର ତରଫରୁ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଶକ୍ତିଶ୍ରୀ ସଂଯୋଜିକା ତଥା ଅଧ୍ୟାପିକା ବୀଣାପାଣି ସାହୁଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାବିଦ୍ୟାଳୟର ଅଧ୍ୟକ୍ଷ ଅକ୍ଷୟ କୁମାର ଦାଶ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ସଶକ୍ତୀକରଣ କେନ୍ଦ୍ର ଉଦ୍ଦେଶ୍ୟ, ଶକ୍ତିଶ୍ରୀ ଆପ୍ ର ବ୍ୟବହାର ଏବଂ ଆତ୍ମରକ୍ଷା କୌଶଳ ସମ୍ପର୍କରେ ଛାତ୍ରୀମାନଙ୍କୁ ବିସ୍ତୃତ ଭାବେ ଅବଗତ କରାଇଥିଲେ।

ପ୍ରଶିକ୍ଷିକା ତଥା ମହାବିଦ୍ୟାଳୟର ପୁରାତନ ଛାତ୍ରୀ ପ୍ରିୟଦର୍ଶିନୀ ପ୍ରଧାନ ଜୀବନରେ ଆତ୍ମରକ୍ଷା କୌଶଳର ଅନିବାର୍ଯ୍ୟ ଆବଶ୍ୟକତା ସମ୍ପର୍କରେ ସୁନ୍ଦର ଭାବେ ବର୍ଣ୍ଣନା କରିଥିଲେ। ଏହି ଅବସରରେ ନାରୀ ସଶକ୍ତୀକରଣ ବିଷୟବସ୍ତୁକୁ ନେଇ ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଦୁସ୍ମିତା ବିଶ୍ୱାଳ, ପ୍ରଜ୍ଞାପାରମିତା ବେହେରା, କଳ୍ପନା ମହାପାତ୍ର, ପ୍ରିୟଙ୍କା ସେଠି, ଶିଖା ପ୍ରଧାନ, ତୃପ୍ତିମୟୀ ପ୍ରଧାନ ଓ ଆଦ୍ୟାଶା ପ୍ରଧାନ ପ୍ରମୁଖ ଛାତ୍ରୀ ଅଂଶଗ୍ରହଣ କରି ନିଜର ପ୍ରବନ୍ଧ ଓ ଚିତ୍ରାଙ୍କନ ଉପସ୍ଥାପନ କରିଥିଲେ। ଅଧ୍ୟାପକ ତରଣୀସେନ ସାହୁ ବକ୍ତବ୍ୟ ପ୍ରଦାନ କରିଥିବାବେଳେ ଅଧ୍ୟାପିକା ରୋଜାଲିନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Share

Leave a Reply