ଆଗେଇବ ବହୁ ପ୍ରତୀକ୍ଷିତ ହିଡ଼ିସିଙ୍ଗ ଜଳସେଚନ ପ୍ରକଳ୍ପ କାମ: ପ୍ରୋଜେକ୍ଟ ସ୍ଥଳ ଯାଞ୍ଚ କଲା କେନ୍ଦ୍ରୀୟ କମିଟି

You are currently viewing ଆଗେଇବ ବହୁ ପ୍ରତୀକ୍ଷିତ ହିଡ଼ିସିଙ୍ଗ ଜଳସେଚନ ପ୍ରକଳ୍ପ କାମ: ପ୍ରୋଜେକ୍ଟ ସ୍ଥଳ ଯାଞ୍ଚ କଲା କେନ୍ଦ୍ରୀୟ କମିଟି

ଅନୁଗୋଳ: ଅନୁଗୋଳ ଜିଲ୍ଲାର ନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ କରଡ଼ାସିଙ୍ଗ ଠାରେ ପ୍ରସ୍ତାବିତ ହିଡ଼ିସିଙ୍ଗ ମଧ୍ୟମ ଜଳସେଚନ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କରିଛି କେନ୍ଦ୍ରୀୟ ପରିବେଶ ମନ୍ତ୍ରଣାଳୟର ତିନିଜଣିଆ କମିଟି। କମିଟି ସଦସ୍ୟମାନେ ପ୍ରକଳ୍ପ ସ୍ଥଳ ବୁଲି ଡିପିଆର, ମାନଚିତ୍ର, ପିଲର ପୋଷ୍ଟିଂ ଓ କେନାଲ ନିର୍ମାଣ ସ୍ଥାନ ଯାଞ୍ଚ କରିଥିଲେ। ହାତୀ ଚଲାପଥ, ରାସ୍ତା କ୍ରସିଂ, ଜଙ୍ଗଲ ଅଞ୍ଚଳ ଓ ଜଳବୁଡ଼ି ଅଞ୍ଚଳ ସମ୍ପର୍କରେ ମଧ୍ୟ ତଥ୍ୟ ସଂଗ୍ରହ କରାଯାଇଥିଲା।

ହିଡ଼ିସିଙ୍ଗ ଓ ଡିମିରିପାଳ ଗ୍ରାମବାସୀଙ୍କ ସହ କମିଟି ଆଲୋଚନା କରିଥିଲା। ଏହାସହ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଓ ଇକୋ-ସେନ୍ସିଟିଭ୍ ଜୋନ୍‌ଠାରୁ ପ୍ରକଳ୍ପର ଦୂରତା ଯାଞ୍ଚ କରାଯାଇଥିଲା। ପ୍ରକଳ୍ପ ହେଲେ କୃଷି, ମାଛଚାଷ ଓ ପର୍ଯ୍ୟଟନ କ୍ଷେତ୍ରରେ ସମ୍ଭାବ୍ୟ ପ୍ରଭାବ ନେଇ ମଧ୍ୟ ଅନୁଧ୍ୟାନ ହୋଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ଜଳ ଅନୁସନ୍ଧାନ ବିଭାଗ କଟକ ଯୋବ୍ରାର ଆଡିସନାଲ ଚିଫ ଇଞ୍ଜିିନିୟର ବିନୋଦ ଛୁରିଆ, ଅଧୀକ୍ଷଣ ଯନ୍ତ୍ରୀ ସମ୍ୟକ ସୁବୁଦ୍ଧି, ଅନୁଗୋଳ ସହକାରୀ ଯନ୍ତ୍ରୀ ମନୋଜ କୁମାର ନନ୍ଦଙ୍କ ସହିତ ହିଡ଼ିସିଙ୍ଗ ପ୍ରୋଜେକ୍ଟ କୃଷକ ମହାସଂଘ ସଭାପତି ଦୀନେଶ ଦେହୁରୀ, ନନ୍ଦପୁର ସରପଞ୍ଚ ଜଗବନ୍ଧୁ ସାହୁ, ବାପି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply