ଝିମିଟି ଖେଳରୁ ମହାଭାରତ: ଗାଡ଼ି ଧୁଆରୁ ଗୁଳିମାଡ଼ ଯୁବକ ଗୁରୁତର

You are currently viewing ଝିମିଟି ଖେଳରୁ ମହାଭାରତ: ଗାଡ଼ି ଧୁଆରୁ ଗୁଳିମାଡ଼ ଯୁବକ ଗୁରୁତର

ଅନୁଗୁଳ: ଗତ ରାତି ପ୍ରାୟ ୧୧ ଟା ସମୟରେ ଅନୁଗୁଳ ଇକୋପାର୍କ ସମ୍ମୁଖରେ ଗୁଳି ମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି।

ମିଳିଥିବା ସୂଚନା ମୁତାବକ ବିଶ୍ୱଜିତ୍ ମିତ୍ର ନାମକ ଜଣେ ଟ୍ରାଭେଲସ ମାଲିକ ଇକୋ ପାର୍କ ସମ୍ମୁଖରେ ଗାଡ଼ି ଧୋଉଥିବ ବେଳେ ଦୁଇ ଜଣ ଯୁବକ ସେ ରାସ୍ତା ଦେଇ ଯାଉଥିଲେ। ଗାଡ଼ି ରାସ୍ତାରେ ପାର୍କିଂକୁ ନେଇ ଗାଡ଼ି ଡ୍ରାଇଭର ସହ ବଚସା ହୋଇଥିଲା। ପାଟି ତୁଣ୍ଡ ଶୁଣି ବିଶ୍ୱଜିତ୍ ମିତ୍ର ଓ ତାଙ୍କ ବନ୍ଧୁ ଭବାନୀ ଶଙ୍କର ପ୍ରଧାନ ପହଞ୍ଚିଥିଲେ। ବଚସା ବଢିବାରୁ ବିଶ୍ୱଜିତ୍ ଯୁବକଙ୍କୁ ଦୁଇ ଚାପୁଡ଼ା ମାରିଥିଲେ।

ଏହାପରେ ଉକ୍ତ ଦୁଇ ଯୁବକ ରାଜକିଶୋର ପଡ଼ା ଆଡ଼କୁ ପଳାଇଥିଲେ। ପରେ ଯୁବକ ମାନେ ଏକ ବୁଲେଟ ମଟରସାଇକେଲରେ ଆସି ବିଶ୍ୱଜିତ୍ ମିତ୍ରକୁ ଗୁଳି ମାରିଥିଲେ କିନ୍ତୁ ଗୁଳି ଭବାନୀ ପେଟରେ ବାଜିଥିଲା। ଏହାପରେ ଯୁବକ ମାନେ ଲୁହାରଡ଼ରେ ବିଶ୍ୱଜିତଙ୍କ ଗୋଡ଼ ଭାଙ୍ଗି ଦେଇଥିଲେ। ଦୃର୍ବୁତ୍ତ ମାନେ ଫେରାର ହେବା ପରେ ସ୍ଥାନୀୟ ଲୋକେ ଗୁରୁତର ଦୁଇ ଯୁବକଙ୍କୁ ଅନୁଗୁଳ ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ।

ଭବାନୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଗୁଳି ମାଡ଼ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖା ଦେଇଛି। ଘଟଣା ସ୍ଥଳରେ ଅନୁଗୁଳ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Share

Leave a Reply