ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରରେ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛି। ସୂଚନା ମୁତାବକ, ତାଳଚେର ବ୍ଲକ ଅନ୍ତର୍ଗତ କଙ୍କିଳି ପଞ୍ଚାୟତ ଗୁଣ୍ଡୁବାହାଳ ଗ୍ରାମର ଜଣେ ଯୁବକ ଭୁବନେଶ୍ୱରରେ ପାଠ ପଢ଼ିବା ସହ ଘରୋଇ ଛାତ୍ରାବାସରେ ରହୁଥିଲେ। ସେଠାରେ ତାକୁ ଜ୍ୱର ସହ ଦେହ ଅସୁସ୍ଥ ହେବାରୁ ସେ ଘରକୁ ଚାଲି ଆସିଥିଲେ। ଏହା ପରେ ଜ୍ୱର ନ କମିବାରୁ ତାଳଚେର ମେଡିକାଲରେ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା। ରକ୍ତ ନମୁନାରୁ ଡେଙ୍ଗୁ ପଜିଟିଭ୍ ବାହାରିଛି। ଏହା ଜଣାପଡ଼ିବା ପରେ ଯୁବକଙ୍କ ପରିବାରର ସଦସ୍ୟ ବୃନ୍ଦଙ୍କ ସମେତ ଆଖପାଖ ପଡ଼ୋଶୀଙ୍କର ରକ୍ତ ନମୁନା ସଂଗ୍ରହ କରି ଆଶାକର୍ମୀ ଓ ସ୍ୱାସ୍ଥ୍ୟକର୍ମୀ ପରୀକ୍ଷା କରାଯାଇଥିବା ଜଣାପଡ଼ିଛି।
ତାଳଚେରରେ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ, ଭୁବନେଶ୍ୱର ହଷ୍ଟେଲରୁ ଫେରିଥିଲେ ସଂକ୍ରମିତ
- Post published:September 6, 2024
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
