ଚାମ୍ପିୟନ୍ସ ଟ୍ରଫିର ଆଜି ପ୍ରଥମ ସେମି ଟକ୍କର, ଫାଇନାଲ ପାଇଁ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ

You are currently viewing ଚାମ୍ପିୟନ୍ସ ଟ୍ରଫିର ଆଜି ପ୍ରଥମ ସେମି ଟକ୍କର, ଫାଇନାଲ ପାଇଁ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ

ଅନୁଗୁଳ: ଆଜି ଭାରତ ଓ ଅଷ୍ଟ୍ରେଲିଆ ସେମି ଟକ୍କର। ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦୁଇ ଦଳ। ଫାଇନାଲରେ ପ୍ରବେଶ ପାଇଁ ଦୁଇ ଦଳ ମଧ୍ୟରେ ହେବ ଜୋରଦାର ଫାଇଟ। ଅପରାହ୍ନ ୨ଟା ୩୦ ମିନିଟରେ ମ୍ୟାଚ ଆରମ୍ଭ ହେବ।  ଚାମ୍ପିୟନ୍ସ ଟ୍ରଫିରେ ଏହି ହାଇଭୋଲଟେଜ ମ୍ୟାଚ ଦେଖିବାକୁ ଅପେକ୍ଷା କରିଛନ୍ତି କ୍ରୀଡାପ୍ରେମୀ।

୨୦୨୩ ବିଶ୍ବକପ ଫାଇନାଲ ପରାଜୟ ପ୍ରତିଶୋଧ ଅପେକ୍ଷାରେ ଭାରତ। ଚାମ୍ପିୟନ୍ସ ଟ୍ରଫିରେ ଭାରତ ଅପରାଜେୟ ଭାବେ ସେମିଫାଇନାଲରେ ଏଣ୍ଟ୍ରି କରିଛି। ଚାମ୍ପିୟନ୍ସ ଟ୍ରଫିରେ ଦୁଇ ଦଳ ଏପର୍ଯ୍ୟନ୍ତ ଅପରାଜେୟ ଅଛନ୍ତି। ପ୍ରଥମ ସେମି ଫାଇନାଲ ପାଇଁ ଟିମ ଇଣ୍ଡିଆର ପ୍ଲେଇଁ ଇଲେଭେନ୍ କଣ ରହିବ, ତାକୁ ନେଇ ଚର୍ଚ୍ଚା ଲାଗି ରହିଛି ।

ପୂର୍ବ ଟିମ ସମାନ ରହିବ ନାଁ ପରିବର୍ତ୍ତନ ହେବ। ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ସ୍ପିନ୍ ବାହିନୀର ଯାଦୁ ଦେଖିବାକୁ ମିଳିଥିଲା । ଭାରତୀୟ ସ୍ପିନର ନିଜ ନିଜ ଭିତରେ ୯ ୱିକେଟ ବାଣ୍ଟି ନେଇଥିଲେ। ବରୁଣ ଏକାକୀ ୫ ୱିକେଟ ନେଇଥିଲେ। ଭାରତର ୪ ଜଣିଆ ସ୍ପିନ ଆକ୍ରମଣ ଯୋଜନା ସଫଳ ହୋଇଥିଲା। ୪୪ ରନରେ ନ୍ୟୁଜିଲାଣ୍ଡକୁ ହରାଇଥିଲା ଟିମ ଇଣ୍ଡିଆ। କିନ୍ତୁ ଭାରତ ପାଇଁ ମୁଖ୍ୟ ସମସ୍ୟା ରହିଛି ଖରାପ ଫିଲ୍ଡିଂ, କ୍ୟାଚ ମିସ।

ସେହିପରି ମିଡିଲ ଅର୍ଡରରେ ରାହୁଲଙ୍କ ପ୍ରଦର୍ଶନ ସେଭଳି ଭଲ ନାହିଁ। ମହଙ୍ଗା ସାବ୍ୟସ୍ତ ହେଉଛନ୍ତି ମହମ୍ମଦ ସାମି। ଜାଡେଜା ୱିକେଟ ନେବାରେ ସଫଳ ହୋଇପାରୁ ନାହାନ୍ତି। ରୋହିତ ଓ ପାଣ୍ଡ୍ୟାଙ୍କ ଷ୍ଟ୍ରାଇକ ରେଟ ଭଲ ରହିଛି। ଭାରତ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିପାରନ୍ତି ଅଷ୍ଟ୍ରେଲିଆ ଓପନର ଟ୍ରାଭିସ ହେଡ। ଭାରତ ବିପକ୍ଷ ଗତ ଆଇସିସିର ସମସ୍ତ ଇଭେଣ୍ଟରେ ଟ୍ରାଭିସ ହେଡଙ୍କ ଦମଦାର ପ୍ରଦର୍ଶନ ବଳରେ କଙ୍ଗାରୁ ଦଳ ବିଜୟ ହାସଲ କରିଛି। ଭାରତ ଉପରେ ଅଷ୍ଟ୍ରେଲିଆର ପଲ୍ଲା ଭାରୀ ରହିଛି। ଏପର୍ଯ୍ୟନ୍ତ ଖେଳାଯାଇଥିବା ୧୫୧ଟି ଦିନିକିଆ ମଧ୍ୟରୁ ଅଷ୍ଟ୍ରେଲିଆ ୮୪ଟି ମ୍ୟାଚ ଜିତିଥିବା ବେଳେ ଭାରତ ୫୭ଟି ମ୍ୟାଚରେ ବିଜୟ ହୋଇଛି ।

Share

Leave a Reply