ଭାରତରେ ପ୍ରଥମ

You are currently viewing ଭାରତରେ ପ୍ରଥମ

ଅନୁଗୁଳ: ଭାରତୀୟ ରେଳ ଇତିହାସରେ ପୂର୍ବତଟ ରେଳପଥ ପକ୍ଷରୁ ଏକ ନୂଆ ଜ୍ଞାନ କୌଶଳ ପ୍ରୟୋଗ କରାଯାଇ ଏକ ମାଲ୍‌ବାହୀ ଟ୍ରେନ୍‌ ଉପରେ ପରୀକ୍ଷା କରାଯାଇଛି। ଏହି ଟ୍ରେନ୍‌ଟି ନିକଟରେ ତାଳଚେରରୁ ପାରାଦୀପ ଯାତ୍ରା କରିଥିଲା। ଇଓଟିଟି ଟେକ୍ନୋଲୋଜି ବା ଏଣ୍ତ ଅଫ୍‌ ଟ୍ରେନ୍‌ ଟେଲିମାଟ୍ରି ନାଁରେ ପରିଚିତ ଏହି ବ୍ୟବସ୍ଥା ଦ୍ବାରା ରେଳ ବିଭାଗ ର କର୍ମଚାରୀ ଚାପ ହ୍ରାସ କରାଯାଇପାରିବ। ଏହି ଯାନ୍ତ୍ରିକ ବ୍ୟବସ୍ଥାରେ ଟ୍ରେନ୍‌ର ସବା ପଛ ବଗିରେ ଗାର୍ଡ ବ୍ୟବସ୍ଥା ଆବଶ୍ୟକ ନାହିଁ। ସ୍ବତନ୍ତ୍ର ଯାନ୍ତ୍ରିକ କୌଶଳ ପ୍ରତି ଷ୍ଟେସନ୍‌ରେ ଗାଡ଼ି ରହଣି ଏବ˚ ଛାଡ଼ିବା ସ˚ପର୍କିତ ତଥ୍ୟ ଡ୍ରାଇଭର ଦେବା ସହ ଷ୍ଟେସନ୍‌କୁ ମଧ୍ୟ ଜଣାଇବ। କମ୍ପ୍ୟୁଟର ବ୍ୟବସ୍ଥା, ରେଡିଓ ବ୍ୟବସ୍ଥା ଏବ˚ ଜିପିଆରଏସ୍‌ ବ୍ୟବସ୍ଥାକୁ ଉପଯୋଗ କରି ଏହି ଜ୍ଞାନକୌଶଳକୁ ଟ୍ରେନ୍‌ ଯାତ୍ରାରେ ପ୍ରୟୋଗ କରାଯାଇଛି। ଖୁବ୍‌ ଶୀଘ୍ର ଯାତ୍ରାବାହୀ ଟ୍ରେନ୍‌ରେ ମଧ୍ଯ ଏହା କୁ ପ୍ରୟୋଗ କରାଯିବା ନେଇ ବିଚାରବିମର୍ଶ ଚାଳିଛି।

Share

Leave a Reply