ନିରବି ଗଲେ ଓଡ଼ିଶାର ପ୍ରଥମ ମହିଳା ଗୀତିକାର

You are currently viewing ନିରବି ଗଲେ ଓଡ଼ିଶାର ପ୍ରଥମ ମହିଳା ଗୀତିକାର

ଅନୁଗୁଳ: ଓଡ଼ିଶାର ପ୍ରଥମ ମହିଳା ଗୀତିକାର ବିନୋଦିନୀ ଦେବୀଙ୍କ ଆଜି ସକାଳେ ଅନୁଗୁଳ ପ୍ରଫୁଲ୍ଲ ମିଶ୍ର କମ୍ପ୍ଲେକ୍ସ ସ୍ଥିତ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ପୁଅ ବୋହୁଙ୍କ ସହ ସେ ଅନୁଗୁଳରେ ରହୁଥିଲେ। କିଛିଦିନ ହେବ ସେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଭୋଗୁଥିଲେ।ତିଗିରିଆ ଜନ୍ମିତ ବିନୋଦିନୀ ଦେବୀ ୧୯୬୫ ମସିହାରେ ମଲାଜହ୍ନ ଚଳଚ୍ଚିତ୍ର ପାଇଁ ଗୀତ ଲେଖିଥିଲେ। ଏହାପରେ ସେ ତଅପୋଇ ପାଇଁ ଗୀତ ଲେଖି ବେଶ୍ ଲୋକପ୍ରିୟ ହୋଇପାରିଥିଲେ। ଶ୍ରୀ ଜଗନ୍ନାଥ,ମହା ସତୀ ସାବିତ୍ରୀ ଚଳଚ୍ଚିତ୍ର ପାଇଁ ମଧ୍ୟ ସେ ଗୀତିକାର ସାଜିଥିଲେ।ତାଙ୍କର ବିଶିଷ୍ଟ ଗୀତ ମଧ୍ୟରେ ରହିଛି ଏଇ କଳା ମୋର କଳଙ୍କ, ନଦିତ ନେଇଛି ଆପଣା ଗତି,ଏଇ ଝିଅଟିର ଘର କେଉଁଠି,ଆ ଖିଲିପାନ ବଣକୁ ଯିବା,କାଳିଆ ଆସିଲା,ରକତ ଟଳମଳ ଖଇର ପାଞ୍ଚ ପଳ କହଲୋ ସାଧବାଣୀ ଏ କେଉଁ ଦେଶ ଫଳ ।

ସେ ଆକାଶବାଣୀର ସ୍ଵୀକୃତିପ୍ରାପ୍ତ କଳାକାର ମଧ୍ୟ ଥିଲେ। ତାଙ୍କର ଅନେକ କବିତା ପୁସ୍ତକ ମଧ୍ୟ ପ୍ରକାଶିତ ହୋଇଚି। ବିଶିଷ୍ଟ ଫିଲ୍ମ ସମୀକ୍ଷକ ସୂର୍ଯ୍ୟ ଦେଓ ବିନୋଦିନୀ ଦେବୀଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ବିନୋଦିନୀଙ୍କ ମର ଶରୀରକୁ ପରିବାର ଲୋକେ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ପୁରୀ ନେଇ ଥିବା ଜଣାପଡିଛି।vବିନୋଦିନୀଙ୍କ ପରଲୋକରେ ସ୍ଥାନୀୟ ଅନେକ କଳାକାର ଶୋକ ବ୍ୟକ୍ତ କରିଛନ୍ତି ।

Share

Leave a Reply