ଲଗାଣ ବର୍ଷାର ପ୍ରଭାବ: ମାଛ କିଲୋ ୮୦

You are currently viewing ଲଗାଣ ବର୍ଷାର ପ୍ରଭାବ: ମାଛ କିଲୋ ୮୦

ଅନୁଗୁଳ: ସୋମବାର ଓ ମଙ୍ଗଳବାର ଲଗାଣ ବର୍ଷାରେ ଅନୁଗୁଳ ସହର ତଥା ଆଖପାଖରେ ଥିବା ନଈ, ନାଳ, ପୋଖରୀରେ ବଢି ପାଣି ଆସିଛି ।ବଢି ପାଣିରେ ଯିଏ ଯେଉଁଠି ପାରିଲେ ଜଳ ବସାଇ ମାଛ ମାରୁଥିବା ଦେଖାଯାଇଛି। ଏହାର ପ୍ରଭାବରେ ମାଛ ମାର୍କେଟରେ ମାଛ ବିକ୍ରି ପ୍ରଭାବିତ ହୋଇଛି। ମାଛ ମାର୍କେଟ ରେ ଭିଡ ଦେଖିବାକୁ ମିଳିନଥିବା ବେଳେ ସହରର ବିଭିନ୍ନ ଗଳିକନ୍ଦିରେ ମାଛ କିଲୋ ୮୦ ରୁ ୧୦୦ ଟଙ୍କାରେ ବିକ୍ରି ହୋଇଥିଲା। ଆନ୍ଧ୍ର ମାଛ କିଲୋ ପିଛା ଦେଢଶହ ରୁ ୧୭୫ ଟଙ୍କାରେ ବିକ୍ରି ହେଉଥିବାବେଳେ ଶସ୍ତାରେ ସଜ ମାଛ ନେବା ପାଇଁ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା ।

Share

Leave a Reply