ଉତ୍କର୍ଷ ପରିବାର ପକ୍ଷରୁ ଫିଟନେସ ଦିବସ ପାଳିତ, ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଉପରେ ଗୁରୁତ୍ୱାରୋପ

You are currently viewing ଉତ୍କର୍ଷ ପରିବାର ପକ୍ଷରୁ ଫିଟନେସ ଦିବସ ପାଳିତ, ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଉପରେ ଗୁରୁତ୍ୱାରୋପ

ଅନୁଗୁଳ: ସାମାଜିକ ଅନୁଷ୍ଠାନ ‘ଉତ୍କର୍ଷ ପରିବାର’ ଓ ନେହରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ଆଜି ମରାତିରା ଗାଁର କୋଠଘରେ ତରଫରୁ ଫିଟନେସ ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଦିଗାମ୍ବର ପ୍ରଧାନ, ସମ୍ମାନିତ ଅତିଥିଭାବେ ସାନ୍ତରାପୁର ସରପଞ୍ଚ ନବୀନ ବେହେରା, ଯୋଗଗୁରୁ ସୁଧାଂଶୁ ଶେଖର ଦାସ, ମରାତିରା ଗାଁ ସଭାପତି ନୀଳମଣି ସାହୁ, ଗଗନ ବିହାରୀ ସାହୁ, ପ୍ରମୋଦ ସାହୁ, ଜୟ କ୍ରିଷ୍ଣ ସାହୁ ଉପସ୍ଥିତ ରହି ଏକ ସୁସ୍ଥ ଜୀବନ ପାଇଁ ବ୍ୟାୟାମ, ଖେଳ କସରତ କେତେ ଉପଯୋଗୀ ସେ ବିଷୟରେ ଆଲୋଚନା କରିଥିଲେ। ଏ ଅବସରରେ ଆଜିର ଯୁବକ ମାନେ ନିଜକୁ କିଭଳି ଭାବେ ଫିଟ ରଖିବେ ସେ ବିଷୟରେ ଆଲୋକପାତ କରିଥିଲେ l
ଅନ୍ୟମାନଙ୍କ ମଧ୍ୟରେ ଉତ୍କର୍ଷ ପରିବାରର ସଭାପତି ଭୀଷ୍ମ ସାହୁ, ସଦସ୍ୟ ଭାସ୍କର ସାହୁ, ପଙ୍କଜ ବିଶ୍ୱାଳ, ହୋମଦ୍ୟୁତି ବେହେରା, ଅଜିତ ସାହୁ, ସୁଜିତ କୁମାର ସାହୁ, ତପନ ବିଶ୍ୱାଳ, ବିଶ୍ୱଜିତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply