ଅନୁଗୁଳ: ଅନୁଗୁଳ ସହର ସଞ୍ଜିବନୀ ମାର୍କେଟର ମଞ୍ଜରୀ ଏଣ୍ଟର ପ୍ରାଇଜରର୍ସ ଦୋକାନରୁ ପାଣିପମ୍ପ ଚୋରି ଅଭିଯୋଗରେ ପୁଲିସ ଜଣେ ନାବାଳକଙ୍କ ସହ ୫ ଜଣଙ୍କୁ ଗିରଫ କରିଛି। ସୂଚନା ମୁତାବକ, ଗତ ୨୪ ତାରିଖ ରାତିରେ ଦୋକାନର ସଟର ଭାଙ୍ଗି ବିଭିନ୍ନ କିସମର ୧୧ଟି ପାଣି ପମ୍ପ ଚୋରି ହୋଇଥିଲା। ଏ ନେଇ ଅଭିଯୋଗ ହେବାପରେ ପୁଲିସ ଏକ ମାମଲା ରୁଜୁକରି ସିସିଟିଭି ଫୁଟେଜକୁ ଆଧାରକରି ଦୋକାନର ପୂର୍ବତନ କର୍ମଚାରୀ ଛେଣ୍ଡିପଦା ଥାନା ଅନ୍ତର୍ଗତ କମ୍ପସଲା ଗାଁର ଜିତୁ ଦେହୁରୀ(୨୨), ସାଥି ଚିନ୍ମୟ ଦେହୁରୀ(୨୩), ନୂଆଗାଁର କାରମାଲିକ କାଳିଆ ଓରଫ ସନାତନ ପାଣିଗ୍ରାହୀ, ବନ୍ତଳା ଥାନା ଅନ୍ତର୍ଗତ ବଲଙ୍ଗ ଗାଁର ବାବୁଲା ସାହୁ(୨୧) ଓ ଜଣେ ୧୭ ବର୍ଷର ନାବାଳକଙ୍କୁ ଗିରଫ କରିବାସହ ଚୋରି ହୋଇଥିବା ୧୧ଟି ପାଣିପମ୍ପ ଉଦ୍ଧାର କରିଛି। ଏଥିସହ ଚୋରି ରେ ବ୍ୟବହୃତ ହୋଇଥିବା କାର(ଓଡି୧୯ଏସ୍-୧୧୪୧)କୁ ଜବତ କରିଛି। ଯୋଜନାବଦ୍ଧଭାବେ ଏହି ଅଭିଯୁକ୍ତମାନେ ୨୪ ତାରିଖ ରାତିରେ ଦୋକାନର ସଟର ଭାଙ୍ଗି ପାଣିପମ୍ପ ଚୋର କରିଥିଲେ। ଅଭିଯୁକ୍ତମାନଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି।
ପାଣିପମ୍ପ ଚୋରି ଅଭିଯୋଗରେ ୫ ଗିରଫ
- Post published:March 4, 2022
- Post category:ଅନ୍ୟାନ୍ୟ / ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul