ଅନୁଗୁଳରେ ପ୍ରଶାସନ ଓ ପୁଲିସର ଫ୍ଲାଗ୍‌ମାର୍ଚ୍ଚ

You are currently viewing ଅନୁଗୁଳରେ ପ୍ରଶାସନ ଓ ପୁଲିସର ଫ୍ଲାଗ୍‌ମାର୍ଚ୍ଚ

ଅନୁଗୁଳ: କରୋନା କଟକଣା ପାଳନକୁ କଡାକଡ଼ି କରିବା ପାଇଁ ପ୍ରଶାସନ ଓ ପୁଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି। ଅନୁଗୁଳ ଉପଜିଲ୍ଲାପାଳଙ୍କ ସମେତ ବିଡିଓ, ତହସିଲଦାର, ମାଜିଷ୍ଟ୍ରେଟ୍ ଓ ପୁଲିସ ଅଧିକାରୀମାନେ ସହର ସାରା ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ। ଅମାନିଆଙ୍କୁ ଚେତାଇବା ସହ ନିୟମ ଭାଙ୍ଗୁଥିବା ଦୋକାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଏହି ଟିମ୍ ସହର ଉପକଣ୍ଠ ଜରାସିଂହା ଗାଁକୁ ମଧ୍ୟ ଯାଇ ସେଠାରେ ହୋଇଥିବା କଣ୍ଟେନମେଣ୍ଟ ଅଞ୍ଚଳ ଦେଖିଥିଲେ। ଏଠାରେ ଠିକ ଭାବେ କଟକଣା ପାଳନ ହେଉଛି କି ନାହିଁ ତାହା ଯାଞ୍ଚ କରାଯାଇଥିଲା। ଆଗକୁ ଏହି ଧାରା ନିୟମିତ ଚାଲିବା ସହ କଟକଣା ପାଳନକୁ କଡାକଡ଼ି କରାଯିବ ବୋଲି କୁହାଯାଇଛି।

Share

Leave a Reply