ସେବାରେ ତ୍ରୁଟି ଯୋଗୁଁ ଫ୍ଲାଏକିଙ୍ଗ କୋରିଆରକୁ ୩୦ ହଜାର ଜରିମାନା

You are currently viewing ସେବାରେ ତ୍ରୁଟି ଯୋଗୁଁ ଫ୍ଲାଏକିଙ୍ଗ କୋରିଆରକୁ ୩୦ ହଜାର ଜରିମାନା

ଅନୁଗୁଳ: ସେବାରେ ତୃଟି ହେତୁ ଜଣେ ଗ୍ରାହକଙ୍କୁ ୩୦ ହଜାର ଜରିମାନା ଗଣିବାକୁ ଏକ କୋରିଆର ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ଖାଉଟି ବିବାଦ ବିଚାର ମଞ୍ଚ।ଘଟଣାରୁ ପ୍ରକାଶ ଯେ ଏନ୍‌କେ ଇଞ୍ଜିନିୟରସ୍‌ର ଜଣେ ଅଧିକାରୀ ଶିବ ନାରାୟଣ ଦାସ ୫.୮.୨୦୧୬ ରେ ସାତ ଗୋଟି ଚିଠି ତାଙ୍କ ଉପରିସ୍ଥ ଅଧିକାରୀ ଯିଏ କି ମଧ୍ୟପ୍ରଦେଶରେ ରହୁଥିଲେ ତାଙ୍କ ପାଖକୁ ପଠାଇ ଥିଲେ। ଏଥିପାଇଁ ୬୦ ଟଙ୍କା ଦେଇ ମନି ରିଶିପ୍ଟ ନେଇଥିଲେ। କିନ୍ତୁ ୧୨.୮.୨୦୧୬ରେ ପଚାରିବାରୁ ଜଣା ଗଲା ଚିଠି ଗୁଡ଼ିକ ଲକ୍ଷ ସ୍ଥଳରେ ପହଞ୍ଚିନାହିଁ। ଫୋନ୍ କରିବାରୁ କେବଳ ଆଶ୍ଵାସନା ମିଳିଥିଲା ଜଲଦି ଚିଠି ଡେଲିଭରି ହୋଇଯିବ।କିନ୍ତୁ ଚିଠି ଆଉ ପହଞ୍ଚି ନଥିଲା। ଅଭିଯୋଗକାରୀ ଶ୍ରୀ ଦାସ ଏଥି ନେଇ ୩୦.୭.୨୦୧୮ରେ ଖାଉଟି ଅଦାଲତର ଆଶ୍ରୟ ନେଇଥିଲେ। ଅଦାଲତ କୋରିଆର ଅନୁଗୁଳ ଏବଂ ବମ୍ବେ ସ୍ଥିତ ହେଡ ଅଫିସକୁ ନୋଟିସ ଜାରି କରିଥିଲେ।

ମାତ୍ର ବାରମ୍ବାର ନୋଟିସ ସତ୍ତ୍ୱେ ଫ୍କାଏକିଙ୍ଗ କୋରିଆରର କେହି ଅଦାଲତରେ ହାଜର ହୋଇ ନଥିଲେ ତେଣୁ ଗତ ୨୨.୨.୨୦୨୩ରେ ଅଦାଲତ ପକ୍ଷରୁ ଅଧ୍ୟକ୍ଷ ସରୋଜ କୁମାର ସାହୁ ଏବଂ ସଦସ୍ୟ ସସ୍ମିତା ରଥ ଏକ ପାଖିଆ ଶୁଣାଣି କରି ଫ୍ଲାଏ କିଙ୍ଗ କୋରିଆରକୁ ଏକ ମାସ ମଧ୍ୟରେ ୩୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗକାରୀଙ୍କ ପକ୍ଷରୁ ଅଦ୍ଭୋକେଟ ଦୀପକ କୁମାର ପାଣି ମକଦ୍ଦମା ପରିଚାଳନା କରୁଥିଲେ ।

Share

Leave a Reply