ଅନୁଗୋଳ: ଶନିବାର ଟାଉନ ଉଚ୍ଚ ବିଦ୍ୟାଳୟ ପରିସରରେ ଚତୁର୍ଥ ଫୁଡ୍ ଫେଷ୍ଟିଭାଲ ଆୟୋଜିତ ହୋଇ ଯାଇଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାଇଚାରା, ସମନ୍ୱୟ ବୃଦ୍ଧି, ଖାଦ୍ୟ ଓ ଖାଦ୍ୟ ସାର ପ୍ରତି ସବିଶେଷ ଜ୍ଞାନ ଆହରଣ ପାଇଁ ଏହି ଫୁଡ୍ ଫେଷ୍ଟିଭାଲ ଆୟୋଜିତ ହୋଇଥିଲା।
ଅନୁଗୁଳ ବ୍ଲକ ଶିକ୍ଷା ଅଧିକାରୀ ଅଶୋକ କୁମାର ପ୍ରଧାନ ମୁଖ୍ୟ ଅତିଥି ରୂପେ ଏହି ସମାରୋହକୁ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ଅଳକା ସାହୁ ଓ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ।ସ୍କୁଲ ପିଲା ମାନେ ଦଳ ଗତ ଭାବେ ବିଭିନ୍ନ ପାକ ଖାଦ୍ୟ ପ୍ରସ୍ତୁତ କରି ପ୍ରଦର୍ଶିତ କରିଥିଲେ।ବିଭିନ୍ନ ପ୍ରକାରର ପିଠା,ମିଠା,ଦହିବରା, ଚାର୍ଟ, ଗୁପଚୁପ୍, ସୁଇଟ କର୍ଣ୍ଣ, ଘୁଗୁନି ଆଦି ପିଲାମାନେ ତିଆରି କରିଥିଲେ।ଅନେକ ଅଭିଭାବକ ଏହି ସବୁ ଖାଦ୍ୟ କିଣି ଖାଇବା ପରେ ପିଲାମାନଙ୍କ ପ୍ରୟାସକୁ ଉତ୍ସାହିତ କରିଥିଲେ।

