ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ପ୍ରସିଦ୍ଧ ଗଣେଶ ପୂଜା ମହାଆଡ଼ମ୍ବରରେ ପାଳନ ହେଉଛି। ଏହାକୁ ନଜର ରଖି ଆଜି ରାଜ୍ୟ ଖାଦ୍ୟ ନିରାପତ୍ତା ବିଭାଗର ଏକ ଟିମ ଅଚାନକ ପୂଜାରେ ଦେଇଥିବା ଖାଦ୍ୟ ପଦାର୍ଥ ଷ୍ଟଲ ଗୁଡ଼ିକ ଉପରେ ଚଢ଼ାଉ କରିଥିଲା ।
ଦୋକାନୀ ମାନେ ଏହି ପୂଜା ବଜାରରେ ଗ୍ରାହକମାନଙ୍କୁ ଆକୃଷ୍ଟ ଏବଂ ସ୍ୱାଦିଷ୍ଟ କରିବା ପାଇଁ ବିଭିନ୍ନ ରାସାୟନିକ ରଙ୍ଗ ଖାଦ୍ୟପଦାର୍ଥରେ ଲେପନ କରି ବିକ୍ରି କରିବା ସହିତ ବିଭିନ୍ନ ଭେଜାଲ ତେଲ, ମସଲା ଇତ୍ୟାଦି ବ୍ୟବହାର କରି ଖାଦ୍ୟ ପ୍ରସ୍ତୁତ କରିଥାନ୍ତି, ଯାହାକି ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ ବୋଲି ଅଭିଯୋଗ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା।
ଏହି ଚଢ଼ାଉ ଏସିଏସଓ ଲିପ୍ସାରାଣୀ ରାଉତ, ସୁମିତ ସୌରଭ ପରିଡ଼ା, ଶ୍ରୀବନ୍ତ ଖଣ୍ଡଗିରିଙ୍କ ଉପସ୍ଥିତିରେ ହୋଇଥିଲା। ପ୍ରତ୍ୟେକ ଦୋକାନ ଗୁଡ଼ିକରୁ ଖାଦ୍ୟ ପଦାର୍ଥ ଯାଞ୍ଚ କରାଯାଇ କେମିକାଲ ଯୁକ୍ତ ଖାଦ୍ୟକୁ ପୋଫାଡ଼ି ଦେବା ସହ ସେମାନଙ୍କ ନିକଟରୁ ୨ହଜାର ୫ଶହ ଟଙ୍କା ଫାଇନ ଆଦାୟ କରାଯାଇଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି ।