କିଏ ଧରିବ ରାଜ୍ୟ ବିଜେପିର ମଙ୍ଗ ? ଆଜି ନାମାଙ୍କନ ଭରିବେ ଆଶାୟୀ

You are currently viewing କିଏ ଧରିବ ରାଜ୍ୟ ବିଜେପିର ମଙ୍ଗ ? ଆଜି ନାମାଙ୍କନ ଭରିବେ ଆଶାୟୀ

ଭୁବନେଶ୍ୱର: ଆଜି ବିଜେପି ରାଜ୍ୟ ସଭାପତି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯିବ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସଭାପତି ନିର୍ବାଚନ ଅଧିକାରୀ ପ୍ରତାପ ଷଡ଼ଙ୍ଗୀ ଏବଂ ଦଳର ରାଷ୍ଟ୍ରୀୟ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ୱାଲଙ୍କ ତତ୍ତ୍ବାବଧାନରେ ନିର୍ବାଚନ ପ୍ରକ୍ରିୟା ହେବ। ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ମଧ୍ୟାହ୍ନ ୧୨.୩୦ରୁ ଆରମ୍ଭ ହୋଇ ଅପରାହ୍ନ ୩.୩୦ ପର୍ଯ୍ୟନ୍ତ ଜାରି ରହିବ।ନାମାଙ୍କନ ସମ୍ପର୍କିତ ଆପତ୍ତି ଅଭିଯୋଗର ଯାଞ୍ଚ କରାଯାଇ ଅପରାହ୍ନ ୪.୩୦ ସୁଦ୍ଧା ସୂଚୀ ପ୍ରକାଶ କରାଯିବ।

ମନମୋହନଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ବିଜେପି ରାଜ୍ୟ ସଭାପତି ପଦରେ କିଏ ବସିବ ତାହାକୁ ନେଇ ସମସ୍ତଙ୍କ ନଜର ରହିଛି । ତେବେ ଆସନ୍ତା ୮ ତାରିଖ ଦିନ କିଏ ଧରିବ ରାଜ୍ୟ ବିଜେପିର ମଙ୍ଗ ତାହା ଜଣାପଡ଼ିବ।

Share

Leave a Reply