ଅନୁଗୁଳ: ନୂଆଦିଲ୍ଲୀରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାଂସଦ ମହେଶ ସାହୁ ସାକ୍ଷାତ କରି ଢେଙ୍କାନାଳ ଲୋକସଭା କ୍ଷେତ୍ରରେ ଶିକ୍ଷାର ବିକାଶ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଦାବିପତ୍ର ପ୍ରଦାନ କରିଛନ୍ତି। ଆଗାମୀ ଦିନରେ ବିଦ୍ୟାଳୟରେ ଶିକ୍ଷାବ୍ୟବସ୍ଥାକୁ କିଭଳି ସୁଦୃଢ଼ କରାଯାଇପାରିବ ସେ ସମ୍ପର୍କରେ ମନ୍ତ୍ରୀଙ୍କ ସହ ସାଂସଦ ଆଲୋଚନା କରିଥିଲେ। ଅଧିକ କେନ୍ଦ୍ରୀୟ ବିଦ୍ୟାଳୟ, ମଡେଲ ଡିଗ୍ରୀ କଲେଜ ଖୋଲାଯିବା, ସରାଙ୍ଗ ସ୍ଥିତ ଆଇଜିଆଇଟି ଇଞ୍ଜିନିୟରିଂ କଲେଜକୁ ବିକାଶ କରାଯିବା, ବିଶ୍ବବିଦ୍ୟାଳୟ ଖୋଲାଯିବା ସହ ଅନୁସୂଚିତ ଓ ଜନଜାତିର ଛାତ୍ରଛାତ୍ରୀମାନେ କିଭଳି ଉପଯୁକ୍ତ ଶିକ୍ଷା ପାଇପାରିବେ ସେ ସମ୍ପର୍କରେ ସାଂସଦ ଶ୍ରୀ ସାହୁ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶ୍ରୀ ପ୍ରଧାନ ଓଡ଼ିଶା ଗସ୍ତରେ ଆସିଲେ ଢେଙ୍କାନାଳ ଲୋକସଭା କ୍ଷେତ୍ରର ଶିକ୍ଷା ବ୍ୟବସ୍ଥାର ଭିତ୍ତିଭୂମି ସମ୍ପର୍କରେ ପଦାଧୂକାରୀମାନଙ୍କ ସହିତ ଆଲୋଚନା କରି ପଦକ୍ଷେପ ଗ୍ରହଣ କରିବେ ବୋଲି ସାଂସଦଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।
ଶିକ୍ଷାର ବିକାଶ ପାଇଁ ଧର୍ମେନ୍ଦ୍ରଙ୍କୁ ଦାବିପତ୍ର ଦେଲେ ମହେଶ
- Post published:July 24, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Sanjeeb Biswal
