ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଥାନା ବାଘୁଆବୋଲ ଅଞ୍ଚଳରୁ ଗୁରୁବାର ଉପଜିଲ୍ଲାପାଳ ବିଶ୍ବରଂଜନ ରଥଙ୍କ ନିର୍ଦେଶ କ୍ରମେ ଜବରଦଖଲ ଉଚ୍ଛେଦ କରାଯାଇଛି । ସୂଚନା ମୁତାବକ, ବାଘୁଆବୋଲ ଅଞ୍ଚଳର ଜଣେ ବ୍ୟକ୍ତି ସରକାରୀ ଜମିକୁ ଜବରଦଖଲ କରି ସେଥିରେ ଗୃହ ନିର୍ମାଣ କରୁଥିଲେ ପୂର୍ବରୁ ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ଏହାକୁ ବାରଣ କରି ନୋଟିସ୍ ଜାରି କରାଯାଇଥିଲା। କିନ୍ତୁ ଉକ୍ତ ବ୍ୟକ୍ତି ଜଣଙ୍କ ପ୍ରଶାସନର ବାରଣ କିମ୍ବା ନୋଟିସ୍କୁ ଖାତିର ନକରି ସରକାରୀ ଜମିରେ ଗୃହ ନିର୍ମାଣ କରୁଥିଲେ। ଦୁଇଦିନ ପୂର୍ବରୁ ଏଥିନେଇ ପୁନର୍ବାର ନୋଟିସ୍ ଦିଆଯାଇଥିଲା । ଗୁରୁବାର ଉକ୍ତ ନିର୍ମାଣାଧୀନ କୋଠାକୁ ତାଳଚେର ତହସିଲଦାର ମନ୍ମଥ ନାୟକ ସହିତ ତାଳଚେର ପୁଲିସ୍ ଉପସ୍ଥିତିରେ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ହୋଇଥିବା ସୂଚନା ମିଳିଛି।
ଜବରଦଖଲ ଉଚ୍ଛେଦ
- Post published:August 27, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
