ଅଜଣା ଗାଡ଼ି ଧକ୍କାରେ ବନ ଉନ୍ନୟନ ନିଗମ କର୍ମଚାରୀଙ୍କ ମୃତ୍ୟୁ

You are currently viewing ଅଜଣା ଗାଡ଼ି ଧକ୍କାରେ ବନ ଉନ୍ନୟନ ନିଗମ କର୍ମଚାରୀଙ୍କ ମୃତ୍ୟୁ

ଅନୁଗୁଳ: ଅଜଣା ଗାଡ଼ି ଧକ୍କାରେ ପ୍ରାଣ ହରାଇଛନ୍ତି ସରକାରୀ କର୍ମଚାରୀ। ମୃତକ ହେଲେ ଓଡ଼ିଶା ବନ ଉନ୍ନୟନ ନିଗମ କର୍ମଚାରୀ ନିରୋଦ କୁମାର ମହାନ୍ତି(୫୮)। ନିରୋଦଙ୍କ ଘର କେନ୍ଦ୍ରାପଡ଼ା ଆଳି ବ୍ଲକ୍‌ ଆଳକଣା ଗାଁରେ। କିନ୍ତୁ ଅନୁଗୁଳରେ ଓଡ଼ିଶା ବନ ଉନ୍ନୟନ ନିଗମରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାମ କରୁଥିଲେ।

ଆଜି ଅପରାହ୍ନରେ ବନ ବିଭାଗ ବିଶ୍ରାମଗୃହରୁ ନିଗମ କାର୍ଯ୍ୟାଳୟକୁ ଆସିବା ସମୟରେ କମ୍‌ଲେଶ ହୋଟେଲ୍‌ ଛକରେ ଏକ ବାଇକ୍‌ ତାଙ୍କୁ ବାଡ଼େଇ ଦେଇଥିଲା। ଫଳରେ ସେ ସେଠାରେ ପଡ଼ିଯାଇଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଅନୁଗୁଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏ ନେଇ ପୋଲିସ ମାମଲା ରୁଜୁ କରି ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଖୋଜୁଥିବା କହିଛି।

Share

Leave a Reply