ଅନୁଗୁଳ: ଆଜି ସ୍ଥାନୀୟ ପୋକତୁଙ୍ଗା ଗାଁ ନିକଟରେ ସ୍କୁଲ ପିଲାଙ୍କୁ ନେଇ ଆସୁଥିବା ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ୫ ଜଣ ଶିଶୁ ଆହତ ହୋଇଛନ୍ତି। ସମସ୍ତଙ୍କୁ ବନ୍ତଳା ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରକୁ ପଠାଯାଇଛି।
ସୂଚନାଯୋଗ୍ୟ ଯେ ଆଜି ସ୍କୁଲ ଛୁଟି ପରେ ପିଲାମାନେ ଅଟୋରେ ଘରକୁ ଫେରୁଥିଲେ। କିନ୍ତୁ କୋଳଥିଆମୁଣ୍ଡା ବନ୍ଧ ନିକଟରେ ରାସ୍ତା ଧୋଇଯାଇଥିବାରୁ ସେଠାରେ ଅଟୋର ଚକ ଖସିଯାଇଥିଲା। ଫଳରେ ଅଟୋ ରାସ୍ତା କଡ଼କୁ ଓଲଟି ଏକ ଗଛରେ ପିଟି ହୋଇଯାଇଥିଲା। ସ୍ଥାନୀୟ ସରପଞ୍ଚ ସୁଜିତ ମାହାଳିକ, ସମାଜସେବୀ ଚିନ୍ମୟୀ ଦାସ, ପୋକତୁଙ୍ଗା ପଞ୍ଚାୟତର ଡ୍ରାଇଭର ମହାସଂଘର ସଭାପତି ନିରଞ୍ଜନ ବାରିକ ଏବଂ ଗ୍ରାମବାସୀଙ୍କ ସହାୟତାରେ ପିଲାମାନଙ୍କୁ ହସ୍ପିଟାଲ ପଠାଯାଇଥିବା ଜଣାଯାଇଛି।











