ଅନୁଗୁଳ: ବୁଧବାର ଅପରାହ୍ନରେ ଛେଣ୍ଡିପଦା ନିକଟରେ ଏକ ପିକ ଅପ୍ ଭ୍ୟାନ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏକ ବରଯାତ୍ରୀ ଦଳ ବାହାରି କଙ୍କରେଇ ଅଭିମୁଖେ ଯାଉଥିବା ବେଳେ ଏହି ପିକ ଅପ୍ ଭ୍ୟାନରେ ୨୦ରୁ ଅଧିକ ବାଜାବାଲା ବସିଥିଲେ। ଛେଣ୍ଡିପଦା- ଅନୁଗୁଳ ଆସୁଥିବା ବେଳେ ଗଉଡୁଣୀ ନାଳ ବୁଲାଣିରେ ଚାଳକ ଭାରସାମ୍ୟ ହରାଇବାରୁ ଗାଡ଼ି ରାସ୍ତା କଡ଼କୁ ଓଲଟି ପଡିଥିଲା। ୧୨ରୁ ଅଧିକ ଆହତ ହୋଇଥିବା ବେଳେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଅଗ୍ନିଶମ କର୍ମଚାରୀ ଓ ପୁଲିସ ସେମାନଙ୍କୁ ଉଦ୍ଧାର କରି ଛେଣ୍ଡିପଦା ମେଡିକାଲରେ ଭର୍ତି କରିଥିଲେ। ସମସ୍ତ ଆହତ ବାରମଞ୍ଚା ଗ୍ରାମର ବୋଲି ଜଣାପଡିଛି।