ଜରପଡ଼ା ବନାଞ୍ଚଳ କାର୍ଯ୍ୟାଳୟରେ ଜଙ୍ଗଲ ନିଆଁ ନିରାକରଣ ସଚେତନତା ଶିବିର, ଖରାଦିନେ ବନ ସୁରକ୍ଷା ଉପରେ ଗୁରୁତ୍ୱ

You are currently viewing ଜରପଡ଼ା ବନାଞ୍ଚଳ କାର୍ଯ୍ୟାଳୟରେ ଜଙ୍ଗଲ ନିଆଁ ନିରାକରଣ ସଚେତନତା ଶିବିର, ଖରାଦିନେ ବନ ସୁରକ୍ଷା ଉପରେ ଗୁରୁତ୍ୱ

ଛେଣ୍ଡିପଦା: ଅନୁଗୁଳ ବନଖଣ୍ଡ ଜରପଡ଼ା ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଜଙ୍ଗଲ ନିଆଁ ନିରାକରଣ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ବନାଞ୍ଚଳ ଅଧିକାରୀ ମାଧବ ଚନ୍ଦ୍ର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ଶିବିରରେ ଆସନ୍ତା ଗ୍ରୀଷ୍ମ ଋତୁରେ କିଭଳି ଭାବେ ପ୍ରତ୍ୟେକ ବନ ସୁରକ୍ଷା ସମିତି ଅଧୀନରେ ଥିବା ଜଙ୍ଗଲ ଓ ପାହାଡ଼ ଇଲାକାରେ ତଥା ସଂରକ୍ଷିତ ଜଙ୍ଗଲରେ ନିଆଁ ନଲାଗିବ ସେଥିପ୍ରତି ସମସ୍ତେ ଧ୍ୟାନ ଦେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ।
ବିଶେଷ କରି ଯେଉଁ କାରଣରୁ ନିଆଁ ଲାଗିଥାଏ ସେ ନେଇ ଲୋକଙ୍କୁ ସଚେତନ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଜଙ୍ଗଲ ନିଆଁ ଯୋଗୁ ବହୁ ଜୀବଜନ୍ତୁ ମଧ୍ୟ ମରଣ ମୁହଁରେ ପଡ଼ୁଥିବାରୁ ସେଥିପ୍ରତି ଯତ୍ନବାନ ହେବା ଉପରେ ଗୁରୁତ୍ୱ ଦିଆଯାଇଛି।
କାର୍ଯ୍ୟକ୍ରମରେ ଅନୁଗୁଳ ଅଗ୍ନିଶମ ବିଭାଗ ଅଧିକାରୀ ସୁକାନ୍ତ କୁମାର ନାଥ, ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ପପୁ ସାହୁ, କେନ୍ଦୁ ପତ୍ର ବିଭାଗ ଫରେଷ୍ଟର ଜିତେନ୍ଦ୍ର କୁମାର ଭୋଇ, ଜରପଡା ସେକ୍ସନ ଫରେଷ୍ଟର ଶ୍ରୀନିବାସ ସାହୁ, ଓଗୀ ସରପଞ୍ଚ ସୁବୋଧ୍ୟ କୁମାର ପ୍ରଧାନ, କଞ୍ଜରା ସରପଞ୍ଚ ଧର୍ମେନ୍ଦ୍ର ପ୍ରଧାନ, ଦୁର୍ଗାପୁର ପାଣସାହି ମୌଜା ବନ ସୁରକ୍ଷା ସମିତି ସଭାପତି ଲମ୍ବୋଦର ସାହୁ, ଜରପଡା ସରପଞ୍ଚ ବିଦେଶୀ ବେହେରା, ଜନସଚେତନତା କର୍ମୀ ଚନ୍ଦ୍ରମଣି ସାହୁ ପ୍ରମୁଖ ଯୋଗଦେଇଥିଲେ।

Share

Leave a Reply