ନିଖୋଜ ବ୍ୟକ୍ତିଙ୍କ ଗଳିତ ଶବ ଉଦ୍ଧାର

You are currently viewing ନିଖୋଜ ବ୍ୟକ୍ତିଙ୍କ ଗଳିତ ଶବ ଉଦ୍ଧାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ଗାଁରେ ଜଣେ ନିଖୋଜ ବ୍ୟକ୍ତିଙ୍କ ଗଳିତ ଶବକୁ ଶୁକ୍ରବାର ପୋଲିସ ଉଦ୍ଧାର କରିଛି।

ସୂଚନା ମୁତାବକ, ଗତ ନଭେମ୍ବର ୧୭ ତାରିଖରେ ଗାଁର କାଳିଆ ଓରଫ ତ୍ରୀନାଥ ସାମଲ(୫୨) ଅପରାହ୍ନରେ ନିଖୋଜ ଥିଲେ। ପରିବାର ଲୋକେ ତାଙ୍କୁ ଖୋଜା ଖୋଜି କରି ନପାଇବାରୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୋଲିସ ଏକ ମାମଲା ରୁଜୁକରିଥିଲା। ତେବେ ଶୁକ୍ରବାର ସକାଳେ କିଛି ଗାଁ ଲୋକ କାଳିଙ୍କ ବିଲ ଆଡ଼କୁ ଯିବା ବେଳେ ଏକ ଗଛରେ ମୃତ ଦେହ ଝୁଲୁଥିବା ଅବସ୍ଥାରେ ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ନିଜ ଗାମୁଛାକୁ ବେକରେ ଫାଶୀ ଲଗାଇ ସେ ଆତ୍ମହତ୍ୟା କରିଥିଲେ। ଶବଟି ସମ୍ପୂର୍ଣ୍ଣ ପଚି ଯାଇଥିବାରୁ କାଳିଆଙ୍କ ଗାମୁଛାକୁ ପରିବାର ଲୋକେ ଚିହ୍ନିଥିଲେ। ତେବେ ପୋଲିସ ଶବକୁ ଜବତକରି ବ୍ୟବଛେଦ କରାଇଛି।

Share

Leave a Reply