ଅନୁଗୁଳ: ଆଜି ସକାଳେ ସିମିଳିପଡା ଗାନ୍ଧୀ ସ୍ମାରକୀ ନିକଟରେ ପ୍ରେମିକର କାର୍ରୁ ପ୍ରେମିକାର ବାପା ପ୍ରେମିକାକୁ ଘୋଷାରି ନେଇ ଦି ଥାପଡ଼ କଷିଦେବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ସମୟ ସକାଳ ପ୍ରାୟ ସାଢ଼େ ଛ’ ଟା ଝିଅ ଟିଏ ସିମିଳିପଡା ଗାନ୍ଧୀ ସ୍ମାରକୀ ନିକଟରେ ଛିଡା ହୋଇଥାଏ। ଫୋନରେ କଥା ହେବା ସହ ଏପଟ ସେପଟ ଚାହୁଁଥାଏ। ପାଞ୍ଚ ମିନିଟ ମଧ୍ୟରେ ପ୍ରେମିକଙ୍କ କାର୍ ଲାଗିଗଲା। ଯୁବତୀ ଜଣକ ତରବର ହୋଇ ଗାଡି ଡୋର ବନ୍ଦ କରି ବାକୁ ଯାଉଛନ୍ତି,ଏତିକିବେଳେ ପ୍ରେମିକ ଗାଡି ସାମନାରେ ପୂର୍ବରୁ ଛକି ବସିଥିବା ଝିଅ ବାପାଙ୍କ ଗାଡି ଲାଗିଗଲା। ରାଗରେ ଅଗ୍ନିଶର୍ମା ହୋଇଥିବା ବାପା ଝିଅକୁ ଘୋଷାରି ନେଇ ଦୁଇ ଥାପଡ଼ କଷି ଦେବା ସହ ନିଜ କାର୍ରେ ନେଇ ପଳାଇ ଥିଲେ। ପ୍ରେମିକ ପ୍ରବର ମଧ୍ୟ ଛାନିଆଁ ହୋଇ ସଂଗେ ସଂଗେ ସେ ଜାଗାରୁ ଚମ୍ପଟ ମାରିଥିଲା। ସଂସ୍କାର ଏବଂ ଶୃଙ୍ଖଳା ଅଭାବରୁ ଏବେ ଛାତ୍ର ସମାଜ ପଥ ଭ୍ରଷ୍ଟ ହୋଇଯାଇଛି।ଫଳରେ ପ୍ରେମ ବାହାନାରେ ବଳାତ୍କାର, ଅପହରଣ ଆଦି ଘଟଣା ଦେଖିବାକୁ ମିଳୁଛି।
ଛାତ୍ର ସମାଜ ପଥଭ୍ରଷ୍ଟ: ପ୍ରେମିକ କାର୍ରୁ ପ୍ରେମିକାକୁ ଘୋଷାରି ଆଣିଲେ କନ୍ୟାପିତା
- Post published:July 30, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik

Tags: Angul