କ୍ରୀଡା ସଂସଦର ପୂର୍ବତନ ସମ୍ପାଦକ ଦୁର୍ଘଟଣାରେ ଗୁରୁତର

You are currently viewing କ୍ରୀଡା ସଂସଦର ପୂର୍ବତନ ସମ୍ପାଦକ ଦୁର୍ଘଟଣାରେ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା କ୍ରୀଡା ସଂସଦର ପୂର୍ବତନ ସମ୍ପାଦକ ନୀଳମଣି ରାଉତ ଗତ ଶନିବାର ରାତିରେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ରାତି ପ୍ରାୟ ଦଶଟା ସମୟରେ କଲେଜ ଛକ ପଟୁ ବସ୍ ଷ୍ଟାଣ୍ଡ ଆଡ଼କୁ ଆସୁଥିିବା ବେଳେ ବିଜୁ ମଇଦାନ ନିକଟରେ ଏକ ବୁଲା ଗାଈ ସହିତ ତାଙ୍କ ସ୍କୁଟରର ଧକ୍କା ହୋଇଥିଲା। ଶ୍ରୀ ରାଉତ ଏଥିରେ ଛିଟିକି ପଡ଼ିଥିଲେ। ତାଙ୍କର ଦୁଇଟି ଛାତି ପଞ୍ଜରା ହାଡ଼ ଓ କାନ୍ଧ ହାଡ଼ ଭାଙ୍ଗିଛି।ତାଙ୍କୁ ଭୁବନେଶ୍ବର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନେକ କ୍ରୀଡ଼ାପ୍ରେମୀ ଓ ଖେଳାଳୀ ଖବର ପାଇ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Share

Leave a Reply