ଅନୁଗୁଳ: ସ୍ଥାନୀୟ ଏକ ହୋଟେଲରେ ବୁଧବାର ସାମ୍ବାଦିକ ସମ୍ମିଳନୀ ଡ଼ାକି କଂଗ୍ରେସ ଦଳରୁ ନିଜର ଇସ୍ତଫା ପ୍ରଦାନ କରିଥିଲେ ବରିଷ୍ଠ ଆଇନଜୀବି ତଥା ଅନୁଗୁଳ ପୂର୍ବତନ ନଗର କଂଗ୍ରେସ ସଭାପତି ଦିଲୀପ ଦାସ।
ଦିଲୀପ ନିଜ ବକ୍ତବ୍ୟରେ କହିଥିଲେ କି ସେ ଛାତ୍ର ରାଜନିତିରୁ କଂଗ୍ରେସ ଦଳ ପାଇଁ କାମ କରି ଆସିଥିଲେ। ପରେ ନଗର କଂଗ୍ରେସ ସଭାପତି, ଅନୁଗୁଳ ଓକିଲ ସଂଘର ୫ ଥର ସଭାପତି, ଥରେ ସମ୍ପାଦକ ରହି ଦଳ ଓ ଅନୁଗୁଳର ଉନ୍ନତି ପାଇଁ ବହୁ ଉଦ୍ୟମ କରିଥିଲେ। ମେଡ଼ିକାଲ କଲେଜ,
ଡାକ୍ତରଖାନାର ଉନ୍ନତି, ପାଣି ସମସ୍ୟା ସମାଧାନ ପାଇଁ ଦାବି ଆଦି ସେ କରିଥିଲେ।କଂଗ୍ରେସ ପାଇଁ ଗତ ୩୦ ବର୍ଷ ଧରି ସେବା କରି ଆସିଥିଲେ ମଧ୍ୟ ତାଙ୍କୁ ଦଳ ପକ୍ଷରୁ ଉପଯୁକ୍ତ ମର୍ଯ୍ୟାଦା ମିଳିନଥିଲା। ଗତ ଏକ ବର୍ଷ ଧରି ଦଳୀୟ କାର୍ଯ୍ୟକ୍ରମରୁ ସେ ଦୂରରେ ଥିଲେ।ଦଳରୁ ଇସ୍ତଫା ଦେଇ ସେ ସେ ସ୍ଵାଧୀନ ଭାବେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ମନ ଦେବେ ବୋଲି ସାମ୍ବାଦିକଙ୍କୁ କହିଥିଲେ। ଅନ୍ୟପକ୍ଷରେ ସାମ୍ବାଦିକ ସମ୍ମିଳନୀ ଚାଲିଥିବାବେଳେ ଦଳ ପକ୍ଷରୁ ତରବରିଆ ଭାବେ ମିଡିଆ ଗ୍ରୁପରେ ଦିଲୀପଙ୍କୁ ଦଳ ପକ୍ଷରୁ ୬ ବର୍ଷ ପାଇଁ ସସ୍ପେଣ୍ଡ କରାଗଲା ବୋଲି ବାର୍ତ୍ତା ଦେଇଥିଲେ।ସାମ୍ବାଦିକ ମାନେ ଏ ସମ୍ପର୍କରେ ପଚାରିବାରୁ ଦିଲୀପ କଂଗ୍ରେସ ଉପରେ ବର୍ଷିବା ସହ ଯେଉଁ ଦଳର ଅସ୍ତିତ୍ବ ନାହିଁ ତାଙ୍କ ନିଲମ୍ବନର ମୂଲ୍ୟ ନାହିଁ ବୋଲି କହିଥିଲେ। ସାମ୍ବାଦିକ ସମ୍ମିଳନୀ ରେ ଦିଲୀପଙ୍କ ସହ ସ୍ବେଚ୍ଛାସେବୀ ବ୍ରହ୍ମ ଜ୍ୟୋତି ମିଶ୍ର, ଶତ୍ରୁଘ୍ନ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।
କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ନଗର ସଭାପତି
