ଅନୁଗୁଳ: ସ୍ଥାନୀୟ ଅଞ୍ଚଳରେ ବନ୍ଧୁକ ଦେଖାଇ ଡକାୟତି କରିଥିବା ଏକ ଗ୍ୟାଙ୍ଗର ୪ ଜଣ ସଦସ୍ୟଙ୍କୁ ଗିରଫ କରିଛି ଅନୁଗୁଳ ସଦର ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ସଦର ଥାନା ଅଧୀନ ଅଙ୍ଗାରବନ୍ଧର ବାଦଲ ନାଏକ, ଲିକୁନ ନାଏକ, ସିପୁନ ଦାସ ଓ ବେବପୁର ଗାଁର ଦୀନବନ୍ଧୁ ନାଏକ।
ସୂଚନା ଅନୁସାରେ, ଜାତୀୟ ରାଜପଥର ବାଇପାସ୍ ରାସ୍ତା ନିର୍ମାଣ କରୁଥିବା ଠିକା ସଂସ୍ଥା କିଛି ଲୋକ ଯଦୁପୁର ନିକଟରେ କ୍ୟାମ୍ପ କରି ରହୁଥିଲେ। ଶୁକ୍ରବାର ରାତିରେ ଏହି ଅଭିଯୁକ୍ତମାନେ ତାଙ୍କୁ ବନ୍ଧୁକ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଦେଖାଇ ମୋବାଇଲ ଫୋନ, ୩ ହଜାର ଟଙ୍କା ଓ ବ୍ୟାଟେରି ଚୋରି କରିଥିଲେ। ଏନେଇ ଶିବ ପ୍ରସାଦ ବେହେରା ସଦର ଥାନାରେ ଏତଲା ଦେବା ପରେ ପୋଲିସ ଘଟଣାର ତଦନ୍ତକରି ୪ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ପାଖରୁ ଏକ ଦେଶୀ ବନ୍ଧୁକ ସହ ମୋବାଇଲ ଫୋନ୍ ଜବତ କରାଯାଇଥିବା ଜଣାଯାଇଛି।
ମାରଣାସ୍ତ୍ର ଦେଖାଇ ଡକାୟତି ଘଟଣା, ବନ୍ଧା ହେଲେ ୪ ଅଭିଯୁକ୍ତ
