୪ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରି ବାଳାଶ୍ରମକୁ ପଠାଇଲା ଚାଇଲ୍ଡ ଲାଇନ୍

You are currently viewing ୪ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରି ବାଳାଶ୍ରମକୁ ପଠାଇଲା ଚାଇଲ୍ଡ ଲାଇନ୍

ଅନୁଗୁଳ : ନତଡ଼ା ଅଞ୍ଚଳରୁ ୪ ଜଣ ନାବାଳକଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି ଅନୁଗୁଳ ଚାଇଲ୍ଡ ଲାଇନ୍ ।

ସୂଚନା ମୁତାବକ, ସ୍ଥାନୀୟ ଅଞ୍ଚଳରେ ଏକ ଠିକାଦାରଙ୍କ ଅଧୀନରେ ରେଳ ବିଭାଗର ରାସ୍ତା କାମ ଚାଲିଛି। ସେଠାରେ କଳାହାଣ୍ଡି ଜିଲ୍ଲାର କିଛି ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଅନୁଗୁଳ ପୋଲିସ ଅଧିକାରୀ, ଚାଇଲ୍ଡ ଲାଇନର ସଦସ୍ୟ ରଶ୍ମିତା ପ୍ରଧାନ ଏବଂ କାଉନସିଲର ଦିଗବିଜୟ ସାହୁ ଚଢ଼ଉ କରି ୪ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ହୋଇଥିବା ଶିଶୁଙ୍କୁ ଶିଶୁ ମଙ୍ଗଳ କମିଟିରେ ହାଜର କରାଯାଇ ନବଜୀବନ ବାଳ ଆଶ୍ରମକୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟପଟେ ଏଭଳି ଶିଶୁ ଶ୍ରମିକଙ୍କ ବିଷୟରେ କୌଣସି ଖବର ପାଇଲେ ଟୋଲ ଫ୍ରି ନମ୍ବର ୧୦୯୮କୁ କଲ୍ କରିବାକୁ ଅନୁରୋଧ କରାଯାଇଛି।

Share

Leave a Reply