ବୋଲେରୋ ଓଲଟି ୪ ଜଣ ତୀର୍ଥଯାତ୍ରୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି; ମିଳିନି ପରିଚୟ

You are currently viewing ବୋଲେରୋ ଓଲଟି ୪ ଜଣ ତୀର୍ଥଯାତ୍ରୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି; ମିଳିନି ପରିଚୟ

ଅନୁଗୁଳ: ୫୫ ନମ୍ବର ଜାତୀୟ ରାଜପଥର ଜରପଡ଼ା ଥାନା ଜେରେଙ୍ଗ୍ ଦେହୁରୀ ସାହି ଠାରେ ତୀର୍ଥଯାତ୍ରୀ ନେଇ ଯାଉଥିବା ବୋଲେରୋ ଓଲଟି ପଡ଼ିଛି। ଫଳରେ ୪ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ପରିଚୟ ମିଳିପାରି ନାହିଁ।

ସୂଚନା ମୁତାବକ, ଛତିଶଗଡ଼ରୁ ଏକ ବୋଲେରୋରେ ୪ଜଣ ତୀର୍ଥଯାତ୍ରୀ ପୁରୀ ଦର୍ଶନ ସାରି ଫେରୁଥିବା ବେଳେ ଜରପଡା ଥାନା ଜେରେଙ୍ଗ୍ ଦେହୁରୀସାହି ଠାରେ ଭାରସାମ୍ୟ ହରାଇ ରାସ୍ତା ଉପରେ ଗାଡ଼ି ଓଲଟି ପଡିଥିଲା। ସ୍ଥାନୀୟ ଲୋକମାନେ ତୀର୍ଥ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ସମସ୍ତ ୪ ଜଣଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ବେଳେ ଆହତଙ୍କ ସମ୍ପର୍କରେ କୌଣସି ସୂଚନା ନଥିବା ଥାନା ଅଧିକାରୀ ମନୋଜ ପ୍ରଧାନ ସୂଚନା ଦେଇଛନ୍ତି।

Share

Leave a Reply