ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକକୁ ପିଟିଲା ବାଇକ, ୪ ଯୁବକ ଗୁରୁତର

You are currently viewing ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକକୁ ପିଟିଲା ବାଇକ, ୪ ଯୁବକ ଗୁରୁତର

ଅନୁଗୁଳ: ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଲା ବାଇକ। ୪ ଯୁବକ ଗୁରୁତର। ଅନୁଗୁଳ ଜିଲ୍ଲା ମହିଧରପୁର ହିନ୍ଦୋଳ ରାସ୍ତାରେ ସୋମବାର ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଛି। ଗୁରୁତରମାନେ ହେଲେ ତଳମୂଳ ଅଞ୍ଚଳର ସୁନୀଲ ବେହେରା (୨୪), ରିଙ୍କୁ ବେହେରା (୨୫), ସୁରଥ ବେହେରା (୨୧) ଓ ରାଜା ବେହେରା (୨୧)।

ସୂଚନା ଅନୁଯାଇ, ମହିଧରପୁର ଅଞ୍ଚଳରେ କାର୍ତ୍ତିକେଶ୍ଵର ପୂଜା ପାଇଁ ହିନ୍ଦୋଳ ପଟୁ ଆସୁଥିବା ଭାରି ଯାନଗୁଡିକୁ ମହୀଧରପୁର ଛକ ପୂର୍ବରୁ ଅଟକା ଯାଉଛି। ଗତକାଲି ମହୀଧରପୁର ପଟରୁ ଏହି ଚାରି ଜଣ ଯୁବକ ଏକ ବାଇକରେ ହିନ୍ଦୋଳ ଆଡକୁ ଯାଉଥିବା ବେଳେ ସନ୍ଧ୍ୟା ପ୍ରାୟ ୮ ଟା ବେଳରେ ବିପରୀତ ଦିଗରେ ଛିଡା ହୋଇଥିବା ଏକ ହାଇୱାକୁ ଧକ୍କା ଦେଇଥିଲା। ଫଳରେ ୪ ଜଣ ଯାକ ଗୁରୁତର ହୋଇଛନ୍ତି। ଖବର ପାଇ ମହୀଧରପୁର ଫାଣ୍ଡି ପୋଲିସ ସମସ୍ତଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ସେଠାରେ ସମସ୍ତଙ୍କ ଚିକିତ୍ସା ଚାଲିଛି।

Share

Leave a Reply