ଅନୁଗୁଳ: ଗୁରୁବାର ଅପରାହ୍ନ ୧:୧୪ ମିନିଟ ସାନକେରଜାଙ୍ଗର ବାସିନ୍ଦା ସୁବାସ ବିଶ୍ଵାଳଙ୍କ ପାଖକୁ ଏକ ହ୍ୱାଟସ୍ ଅପ୍ କଲ୍ ଆସିଲା। ନମ୍ୱର୍ +୯୨୩୧୩୦୪୫୭୨୭୭। ପ୍ରୋଫାଇଲରେ ପୋଲିସ ଭଳି ପୋଷାକ।
କଲ୍ କରୁଥିବା ବ୍ୟକ୍ତି ଜଣକ କହିଲେ ମୁଁ ସିବିଆଇ ରାଉରକେଲା ଶାଖାରୁ କହୁଛି। ଆପଣ ଶ୍ରିସନ୍ଥଙ୍କ ବାପା? ସୁବାସ କହିଲେ ହଁ। ହିନ୍ଦୀରେ କହୁଥିବା ବ୍ୟକ୍ତି ଜଣକ କହିଲେ ପୁଅ କଣ ଘରେ ଅଛି? ଯଦି ଅଛି ତାକୁ ଫୋନ ଦିଅନ୍ତୁ। ସୁବାସ ନିଜ ଫୋନଟି ପୁଅକୁ ଧରାଇ ଦେଲେ। ପୁଅ ଇଂରାଜୀରେ କଥାବାର୍ତ୍ତା ଯେମିତି ଆରମ୍ଭ କରିଛନ୍ତି ସେପଟରୁ କଲ୍ କଟିଗଲା। ପାକିସ୍ଥାନରୁ ଏଭଳି କଲ୍ ଆସୁଛି। ସରଳ ବିଶ୍ୱାସୀ ଲୋକ ଯଦି କଥା ବାର୍ତାରେ ପୁଅ ହଷ୍ଟେଲ କିମ୍ବା ଅନ୍ୟ କେଉଁଠି ରହୁଥିବା ସୁଚନଦିଏ
ତେବେ ପୁଅ ନାଁରେ ମିଥ୍ୟା ଅଭିଯୋଗ ଆଣି ମୋଟା ଅଙ୍କର ପଇସା ଅସୁଲ କରିନିଅନ୍ତି।ଭୁବନେଶ୍ବର ପୋଲିସ ଏଭଳି ଠକଙ୍କ ବିଷୟରେ ଲୋକଙ୍କୁ ସଚେତନ କରିଛି। ଏବେ ଏହି ରାକେଟ ଅନୁଗୁଳକୁ ଟାର୍ଗେଟ କରିଛନ୍ତି।ତେଣୁ ଲୋକେ ସଚେତନ ହେବା ଉଚିତ୍ ।
ମୁଁ ସିବିଆଇରୁ କହୁଚି….
