ଫାଷ୍ଟ କମ୍ ଫାଷ୍ଟ ସର୍ଭ ନୀତି ଯୋଗୁଁ କ୍ଷତି ସହୁଛନ୍ତି ତାଳଚେର ଟ୍ରକ ମାଲିକ, ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

You are currently viewing ଫାଷ୍ଟ କମ୍ ଫାଷ୍ଟ ସର୍ଭ ନୀତି ଯୋଗୁଁ କ୍ଷତି ସହୁଛନ୍ତି ତାଳଚେର ଟ୍ରକ ମାଲିକ, ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ତାଳଚେର : ତାଳଚେର ବିଭିନ୍ନ କୋଇଲାଖଣିରେ ବର୍ତ୍ତମାନ ଫାଷ୍ଟ କମ୍ ଫାଷ୍ଟ ସର୍ଭ ନୀତି ଲାଗୁ ହୋଇଛି। ଫଳରେ ତାଳଚେରର ଟ୍ରକଗୁଡ଼ିକ କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ କରିଛନ୍ତି ମାଲିକ। ସେହିପରି ଟ୍ରେନ ଯୋଗେ କୋଇଲା ପରିବହନ ଯୋଗୁଁ ଟ୍ରକ ଯୋଗେ କୋଇଲା ପରିବହନ ମାନ୍ଦା ପଡ଼ିଛି। ପ୍ରଶାସନ ପକ୍ଷରୁ ଲାଗୁ ହୋଇଥିବା ନୂତନ ନିୟମ ଯୋଗୁଁ ତାଳଚେରର ଟ୍ରକଗୁଡ଼ିକ ଲୋଡ଼ିଂ ହୋଇ ନପାରି ଭଡ଼ାରୁ ବଂଚିତ ହେଉଛନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀ କରି ଟ୍ରକମାଲିକମାନେ ଅଭିଯୋଗ କରିଛନ୍ତି।

ସେମାନଙ୍କ କହିବାନୁଯାୟୀ, ଗତ ୨୦୧୯ ମସିହାରେ ତାଳଚେରରେ କୋଇଲା ପରିବହନକୁ ସୁଚାରୁ ରୂପେ କରିବା ପାଇଁ ଦୁଇଟି ଜିଲ୍ଲାସ୍ତରୀୟ ବୈଠକ କରାଯାଇଥିଲା। ବୈଠକରେ ଆରଟିଓଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଭଡାର ପ୍ରଣାଳୀକୁ ସ୍ୱୀକୃତି ଦିଆଯାଇଥିଲା। ଏଥିସହ ଭଡାର ପ୍ରଣାଳୀକୁ ଆଧାର କରି ଟ୍ରକ ମାଲିକ ସଂଘ ତାଳଚେର ଦ୍ୱାରା ଭଡା ପ୍ରସ୍ତୁତ କରିବାକୁ ଦାୟିତ୍ୱ ଦିଆଯାଇଥିଲା । ସେହିଦିନ ଠାରୁ ୨୦୨୩ ଶେଷ ସୁଦ୍ଧା ଏହି ପ୍ରଣାଳୀରେ ଚାଲି ଆସିଥିଲା।

କିନ୍ତୁ ଏବେ ଜିଲ୍ଲା ଅଧିକାରୀ ଦେଇଥିବା ଏକ ନୋଟିସ (କୋର୍ଟ ଅର୍ଡ଼ର) ଦ୍ୱାରା ଏହା ସମ୍ପୂର୍ଣ୍ଣ ଓଲଟା ହୋଇଯାଇଛି। ସେହି ନିଷ୍ପତ୍ତି ଯୋଗୁ ଟ୍ରକ ମାଲିକ କ୍ଷତିଗ୍ରସ୍ତ ହୋଇଛନ୍ତି। ତାଳଚେରର ଟ୍ରକ ମାଲିକ ମାନେ ଫାଷ୍ଟ କମ୍ ଫାଷ୍ଟ ସର୍ଭ ନିୟମକୁ ମାନିବା ସମୟରେ ବାହାର ରାଜ୍ୟର ଟ୍ରକ ମଧ୍ୟ ସେହି କ୍ରମାନ୍ୱୟରେ ଠିଆ ହୋଇ ଲୋଡ ନେଇ ଯାଉଛନ୍ତି । ଯଦ୍ୱାରା ତାଳଚେରର ଥିବା ଟ୍ରକ ଲୋଡ ପାଇ ପାରୁନାହିଁ ଓ ଟ୍ରକ ମାଲିକ ମାନେ କ୍ଷତି ସହୁଛନ୍ତି।
ଏଥିସହ ଟ୍ରେନ ଯୋଗେ କୋଇଲା ପରିବହନ ଯୋଗୁ ଟ୍ରକ ମାଲିକ ଭଡ଼ା ପାଉନାହାନ୍ତି। ଏଣୁ ଏହି ନିୟମ ଉଠାଇବାକୁ ଟ୍ରକ ମାଲିକ ସଂଘ ଦାବି କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଟ୍ରକ ମାଲିକ ମହାସଂଘ, ଓଡିଶାର କାର୍ଯ୍ୟକାରୀ ସଭାପତି ତଥା ତାଳଚେର ଟ୍ରକ ମାଲିକ ସଂଘର ପୂର୍ବତନ ସଭାପତି ଦିଲ୍ଲୀପ କୁମାର ପାଣି, ନିରଞ୍ଜନ ପ୍ରଧାନ ଏବଂ ବହୁ ଟ୍ରକ ମାଲିକ ଉପସ୍ଥିିତ ଥିଲେ।

Share

Leave a Reply