ଚାକିରି ନାଁରେ ଠକେଇ, ୩ ଜଣଙ୍କୁ ବାନ୍ଧି କୋର୍ଟ ଚାଲାଣ କଲା ଅନୁଗୁଳ ପୋଲିସ

You are currently viewing ଚାକିରି ନାଁରେ ଠକେଇ, ୩ ଜଣଙ୍କୁ ବାନ୍ଧି କୋର୍ଟ ଚାଲାଣ କଲା ଅନୁଗୁଳ ପୋଲିସ

ଅନୁଗୁଳ: ଚାକିରି ନାଁରେ ଠକେଇ। ଚାକିରି ଦେବେ କହି ଜଣେ ଯୁବତୀଙ୍କ ଠାରୁ ହଜାର ହଜାର ଟଙ୍କା ଠକି ନେଇଥିବା ଅନୁଗୁଳ ଥାନାରେ ଅଭିଯୋଗ ହୋଇଛି।

ସୂଚନା ମୁତାବକ, ପଞ୍ଚାୟତ ଓ ବ୍ଲକ୍ ରେ ଚାକିରି କରାଇ ଦେବାକୁ କହି ଲୋକଙ୍କୁ ଠକୁଥିବା ଏକ ଦଳକୁ ଅନୁଗୁଳ ପୋଲିସ ଗିରଫ କରିଛି। ଗତ ୨୭ ତାରିଖ ସନ୍ଧ୍ୟାରେ କଣିହାଁ ହରିଚନ୍ଦନପୁର ଅଞ୍ଚଳର କମଳା ଡାକୁଆଙ୍କ ଝିଅ ବବିତା ଥାନାରେ ଅଭିଯୋଗ କରିଥିଲେ କି ଅନୁଗୁଳ ସୌଭାଗ୍ୟ ନଗର ଅଞ୍ଚଳରେ ଏସ ପି ଆସୋସିଏଟ ନାମକ ଏକ ସଂସ୍ଥାର ପରିଚାଳକ ତାଙ୍କୁ ଚାକିରି କରିଦେବାକୁ କହି ୧୩,୫୦୦ ଟଙ୍କା ନେଇଥିଲେ।

କିନ୍ତୁ ଚାକିରି ଦେବାରେ ଟାଳଟୁଳ ନୀତି ଧରିବାରୁ ବବିତାଙ୍କ ସନ୍ଦେହ ହୋଇଥିଲା। ଖବର ନେବାରୁ ଜଣାପଡ଼ିଥିଲା କି ଏମାନେ ଶତାଧିକ ଲୋକଙ୍କୁ ଏହିଭଳି ଠକି ଲକ୍ଷାଧିକ ଟଙ୍କା ନେଇଛନ୍ତି। ଥାନାରେ ଅଭିଯୋଗ ପରେ ଆଜି ପୋଲିସ ଉକ୍ତ ସଂସ୍ଥାର ତିନି ଜଣକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି। ଗିରଫମାନେ ହେଲେ ଯାମୁଣ୍ଡା ଜଙ୍ଗଲର ସୁନିଲ ବେହେରା, ରାମିମୁଣ୍ଡା ଅଞ୍ଚଳର ଶତ୍ରୁଘ୍ନ ବେହେରା ଏବଂ ବାଲିମି ଠକ୍କର ଅଞ୍ଚଳର ବିପିନ୍ ପରିଡ଼ା। ପୋଲିସ କେସ ନଂ ୭୫୧/୨୪ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛି।

Share

Leave a Reply