ମାନବ ସେବାଶ୍ରମରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜିତ, ପରୀକ୍ଷା କରାଇଲେ ୧୦୦ ରୁ ଊର୍ଦ୍ଧ୍ୱ ଲୋକ

You are currently viewing ମାନବ ସେବାଶ୍ରମରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜିତ, ପରୀକ୍ଷା କରାଇଲେ ୧୦୦ ରୁ ଊର୍ଦ୍ଧ୍ୱ ଲୋକ

 

ଅନୁଗୁଳ: ଅନୁଗୁଳ ଜିଲ୍ଲା ମାଳତୀ ବିହାର ସ୍ଥିତ ମାନବ ସେବାଶ୍ରମରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ପ୍ରାୟ ୧୦୦ ରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷ ପଞ୍ଜିକରଣ କରିଥିଲେ। ସେଥି ମଧ୍ୟରୁ ୧୦ ଜଣଙ୍କର ମୋତିଆ ବିନ୍ଦୁ ଥିବାରୁ ସେମାନଙ୍କୁ ଚକ୍ଷୁ ଅସ୍ତ୍ରୋପ୍ରଚାର କରିବା ନିମନ୍ତେ କଟକ ସ୍ଥିତ ରୋଟାରୀ ଚକ୍ଷୁ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଅନୁଗୁଳ ଜିଲ୍ଲା ସମାଜସେବୀ ମହାସଂଘ ତରଫରୁ ମାନବ ସେବାଶ୍ରମ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଆୟୋଜନରେ ମାନବ ସେବାଶ୍ରମ, ଜୟ ଜଗନ୍ନାଥ ସ୍ବେଚ୍ଛାସେବୀ ଅନୁଷ୍ଠାନ, କୋହିନୂର୍ କ୍ଲବ୍, ଶେଷ ଜୀବନ ସାଥି, ମା ଫାଉଣ୍ଡେସନ, ମାନବ ସେବା ମାଧବ ସେବା ଓ ସମାଜ ସେବୀ ପଦ୍ମାକ୍ଷୀ ସିଂ ସହଯୋଗ କରିଥିଲେ।

Share

Leave a Reply