ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର

You are currently viewing ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର

ଅନୁଗୁଳ: ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମିଳନୀ ଅନୁଗୋଳ ଶାଖା ପକ୍ଷରୁ ଏକ ନିଶୁଳ୍କ ସ୍ଵାସ୍ଥ୍ୟ ଶିବିର ଆସନ୍ତା ୩୦ ତାରିଖରୁ ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଛି। ଗାନ୍ଧିମାର୍ଗ କଲ୍ୟାଣୀ ନସିଂହୋମ୍ ସମ୍ମୁଖରେ ଅବସ୍ଥିତ ମାରୱାଡି ଯୁବ ମଞ୍ଚ କାର୍ଯ୍ୟାଳୟ ପରିସରରେ ଏହି ଶିବିର ଆୟୋଜିତ ହେବ। ଏଥିରେ ରାଜସ୍ଥାନ ଉଦୟପୁରର ଫିଜିଓଥେରାପିଷ୍ଟ ରୋହିତ କୁମାର ଯୋଗଦେଇ ଆଣ୍ଠୁ, ଗଣ୍ଠି, ଅଣ୍ଟା, ବେକ ଆଦି ପିଡା ରୋଗର ଚିକିତ୍ସା ଓ ପରାମର୍ଶ କରିବେ । ବିନା ଅସ୍ତ୍ରୋପଚାରରେ ଉପରୋକ୍ତ ରୋଗ ସମେତ ଅନ୍ୟାନ୍ୟ ଜଟିଳ ରୋଗର ଉପଚାର ସେଠାରେ କରାଯିବାର ବ୍ୟବସ୍ଥା କରାଯାଇଛି। ଶିବିରରୁ ଲାଭ ଉଠାଇବା ପାଇଁ ଅନୁଷ୍ଠାନ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି।

Share

Leave a Reply