ଅନୁଗୁଳ: ଶ୍ରୀ ଶିରିଡ଼ି ସାଇ ପରିବାର, ଆନନ୍ଦ ନଗର (ମାଟିଆ ସାହି) ଆନୁକୂଲ୍ୟରେ ସାଧାରଣ ଲୋକଙ୍କ ପାଇଁ ବୁଧବାର ଏକ ଅତ୍ୟାଧୁନିକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିଥିବା ଏହି ଶିବିରରେ ପ୍ରାୟ ୫୦୦ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଆବଶ୍ୟକୀୟ ଚିକିତ୍ସା ଓ ପରାମର୍ଶ ଦିଆଯାଇଛି।
ଶିବିରରେ ହୃଦରୋଗ ବିଶେଷଜ୍ଞ ଡା. ମହେନ୍ଦ୍ର ପ୍ରସାଦ ତ୍ରିପାଠୀ, ଚକ୍ଷୁ ବିଶେଷଜ୍ଞ ଡା. ସଂଘମିତ୍ରା ଦାଶ, ଡା. ଦିଲ୍ଲୀପ କୁମାର ମହାନ୍ତି, ଡା. ଶିବାନୀ ସାହୁ, ଡା. ରାଜେଶ ପାଢ଼ୀ, ଡା. ଅଭିନାଶ ପଣ୍ଡା ଓ ଡା. ନିବେଶ ପାଢ଼ୀ ପ୍ରମୁଖ ବିଭିନ୍ନ ବିଭାଗର ବିଶେଷଜ୍ଞ ଚିକିତ୍ସକ ଯୋଗଦାନ କରିଥିଲେ।
ଶ୍ରୀ ଶିରିଡ଼ି ସାଇ ପରିବାର ପକ୍ଷରୁ ନିହାର ମିଶ୍ର, ଦେବାଶିଷ ମିଶ୍ର, ସୁଶାନ୍ତ ଶତପଥୀ, ପ୍ରଶାନ୍ତ ବେହେରା, କୁନାଲ ବସ୍ତିୟା, ସୁଧୀର ମିଶ୍ର, ନମିତା ମିଶ୍ର, ପାର୍ଥ ସାରଥୀ ରାଏ, ବିଦ୍ୟା ନାୟକ, ଅମରେନ୍ଦ୍ର ମହାରଣା, ଯୁଧିଷ୍ଠିର ମାଝୀ, ବିରଞ୍ଚି ମିଶ୍ର, ରେବତୀ ପଟ୍ଟନାୟକ, ପ୍ରତାପ ସାହୁ, ରଂଜିତ ପ୍ରଧାନ, ଅନନ୍ତ ପ୍ରଧାନ, ଅଭୟ ପ୍ରଧାନ ଓ ଦୁଷ୍ମନ୍ତ ପ୍ରଧାନ ପ୍ରମୁଖ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।ଏହି ଶିବିର ଅଞ୍ଚଳବାସୀଙ୍କ ପାଇଁ ବଡ଼ ସହାୟକ ହୋଇଥିବା ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି।
