ମାଳତୀ ଦେବୀଙ୍କ ୨୪ ତମ ପୁଣ୍ୟତିଥି ପାଳିତ

You are currently viewing ମାଳତୀ ଦେବୀଙ୍କ ୨୪ ତମ ପୁଣ୍ୟତିଥି ପାଳିତ

ଅନୁଗୁଳ : ନବ ମାଳତୀ ସ୍ମୃତି କମିଟି ପକ୍ଷରୁ ଚିର ବିପ୍ଳବୀନି ତଥା ସମାଜସେବୀ ମାଳତୀ ଚୌଧୁରୀଙ୍କ ୨୪ ତମ ପୁଣ୍ୟତିଥି ମଙ୍ଗଳବାର ପାଳିତ ହୋଇଯାଇଛି । ଏ ଅବସରରେ ମାଳତିଦେବିଙ୍କ ସ୍ମୃତି ପୀଠ ରେ ମାଲ୍ୟାର୍ପଣ କରାଯିବା ସହ ଓଡ଼ିଶାରେ ମୌଳିକ ଶିକ୍ଷାର ପ୍ରସାର, ନିଶାମୁକ୍ତ ଓଡ଼ିଶା ଗଠନ ଏବଂ ବଜିରାଉତ୍ ଛାତ୍ରାବାସ ମାଧ୍ୟମରେ ସମାଜ ସେବା ସେ କିଭଳି କରୁଥିଲେ ତା ଉପରେ ଆଲୋଚନା କରାଯାଇଥିଲା। ଅବସରପ୍ରାପ୍ତ
ଅଧ୍ୟାପକ ବିଶ୍ୱରଂଜନ ପ୍ରଧାନ,ସମାଜସେବୀ କଲ୍ୟାଣ କିଶୋର ମହାନ୍ତି, ପର୍ଶୁରାମ ଦାସ, ପୂର୍ବତନ ଶ୍ରମ ଅଧିକାରୀ ଲକ୍ଷ୍ମଣ ନାୟକ, ଆଦ୍ୟା ଶ୍ଳୋକ
ମିଶ୍ର, ବିଦ୍ୟା ନାୟକ ପ୍ରମୁଖ ସମାରୋହରେ ଯୋଗଦେଇ ମାଳତିଦେବିଙ୍କ ସ୍ମୃତିଚାରଣ କରିଥିଲେ ।

Share

Leave a Reply